ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରେଲିଆରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
ଏହି ଭୟଙ୍କର ଘଟଣାରେ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ
प्रविष्टि तिथि:
14 DEC 2025 5:23PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ବୋଣ୍ଡି ବିଚ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ଯିହୂଦୀ ପର୍ବ ହନୁକ୍କାର ପ୍ରଥମ ଦିନ ପାଳନ କରୁଥିବା ଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା ।
ଏହି ଦୁଃଖଦ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଶ୍ରୀ ମୋଦୀ ଭାରତର ଜନସାଧାରଣଙ୍କ ପକ୍ଷରୁ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେହି ପରିବାରବର୍ଗଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ସେ ଦୃଢ଼ୋକ୍ତି କରିଛନ୍ତି ଯେ, ଏହି ଦୁଃଖ ସମୟରେ ଭାରତ ଅଷ୍ଟ୍ରେଲିଆ ଲୋକମାନଙ୍କ ସହିତ ରହିଛି ।
ଏହି ପ୍ରସଙ୍ଗରେ ଭାରତର ଦୃଢ଼ ମତକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ପ୍ରତି ଭାରତ ଶୂନ୍ୟ ସହିଷ୍ଣୁତା ରଖେ ଏବଂ ଆତଙ୍କବାଦର ସମସ୍ତ ପ୍ରକାର ଏବଂ ଅଭିବ୍ୟକ୍ତି ବିରୁଦ୍ଧରେ ବିଶ୍ୱ ଲଢ଼େଇକୁ ଦୃଢ଼ ଭାବରେ ସମର୍ଥନ କରୁଛି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଆଜି ଅଷ୍ଟ୍ରେଲିଆର ବୋଣ୍ଡି ବିଚ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରୁଛି, ଯେଉଁଥିରେ ଯିହୂଦୀ ପର୍ବର ହନୁକ୍କାର ପ୍ରଥମ ଦିନ ପାଳନ କରୁଥିବା ଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା । ଭାରତର ଲୋକଙ୍କ ପକ୍ଷରୁ ମୁଁ ସେହି ପରିବାରମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଯେଉଁମାନେ ନିଜର ପ୍ରିୟଜନମାନଙ୍କୁ ହରାଇଛନ୍ତି । ଏହି ଦୁଃଖ ସମୟରେ ଆମେ ଅଷ୍ଟ୍ରେଲିଆର ଲୋକଙ୍କ ସହିତ ରହିଛୁ । ଆତଙ୍କବାଦ ପ୍ରତି ଭାରତ ଶୂନ୍ୟ ସହିଷ୍ଣୁତା ରଖେ ଏବଂ ଆତଙ୍କବାଦର ସମସ୍ତ ପ୍ରକାର ଏବଂ ଅଭିବ୍ୟକ୍ତି ବିରୁଦ୍ଧରେ ଲଢ଼େଇକୁ ସମର୍ଥନ କରୁଛି ।”
SR
(रिलीज़ आईडी: 2203833)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada