ଯୋଗାଯୋଗ ମନ୍ତ୍ରଣାଳୟ
ସଞ୍ଚାର ସାଥୀ ଆପ୍ ର ବାଧ୍ୟତାମୂଳକ ପ୍ରି-ଇନଷ୍ଟଲେସନକୁ ପ୍ରତ୍ୟାହାର କଲେ ସରକାର
प्रविष्टि तिथि:
03 DEC 2025 3:00PM by PIB Bhubaneshwar
ସବୁ ନାଗରିକଙ୍କୁ ସାଇବର ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସରକାର ସମସ୍ତ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିଥିଲେ। ଏହି ଆପ୍ ସୁରକ୍ଷିତ ଏବଂ ସାଇବର ଅପରାଧୀଙ୍କ କବଳରୁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉଦ୍ଦିଷ୍ଟ ଥିଲା। ବର୍ତ୍ତମାନ ପ୍ରି-ଇନଷ୍ଟଲେସନ ବାଧ୍ୟତାମୂଳକ ନିୟମକୁ ସରକାର ପ୍ରତ୍ୟାହାର କରିଛନ୍ତି।
ଏହି ଆପ୍ ସବୁ ନାଗରିକଙ୍କୁ ଏପରି ଅପରାଧୀ ଏବଂ ଅପରାଧିକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିବାରେ ‘ଜନ ଭାଗୀଦାରୀ’ରେ ସାହାଯ୍ୟ କରିଥାଏ ଏବଂ ବ୍ୟବହାରକାରୀମାନଙ୍କୁ ସୁରକ୍ଷା ଦେଇଥାଏ। ଏହି ଆପ୍ରେ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନାହିଁ ଏବଂ ସେମାନେ ଯେତେବେଳେ ଚାହିଁବେ ଆପ୍କୁ ହଟାଇ ପାରିବେ। ଏହା ସରକାରଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି।
ଏପର୍ଯ୍ୟନ୍ତ 1.4 କୋଟି ଉପଭୋକ୍ତା ଏହି ଆପ୍ ଡାଉନଲୋଡ୍ କରିସାରିଛନ୍ତି ଏବଂ ପ୍ରତିଦିନ 2 ହଜାର ଠକେଇ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି। ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କମ୍ ସଚେତନ ନାଗରିକଙ୍କ ପାଇଁ ଆପ୍ ସହଜରେ ଉପଲବ୍ଧ କରାଇବା ପାଇଁ ଏହି ଆପ୍ କାର୍ଯ୍ୟକ୍ଷମ କରିବାର ନିର୍ଦ୍ଦେଶ ଦିଆଯାଇଥିଲା। ଗତ ଗୋଟିଏ ଦିନରେ, 6 ଲକ୍ଷ ନାଗରିକ ଏହି ଆପ୍ ଡାଉନଲୋଡ୍ କରିବା ପାଇଁ ପଞ୍ଜିକରଣ କରିଛନ୍ତି ଯାହାକି ଏହାର ଗ୍ରହଣୀୟତାରେ 10 ଗୁଣା ବୃଦ୍ଧି। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଆପ୍ ଜରିଆରେ ନିଜକୁ ସୁରକ୍ଷିତ ରଖିବା ଲାଗି ନାଗରିକଙ୍କ ଭରସାର ଏହା ପ୍ରମାଣ ଦେଇଥାଏ।
ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ପ୍ରି-ଇନଷ୍ଟଲେସନକୁ ବାଧ୍ୟତାମୂଳକ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧିକ ସୂଚନା ପାଇଁ ଦୂରସଞ୍ଚାର ବିଭାଗର ହ୍ୟାଣ୍ଡେଲ ଫଲୋ କରନ୍ତୁ
ଏକ୍ସ - https://x.com/DoT_India
ଇନଷ୍ଟା-https://www.instagram.com/department_of_telecom?igsh=MXUxbHFjd3llZTU0YQ==
ଫେସବୁକ - https://www.facebook.com/DoTIndia
ୟୁଟ୍ୟୁବ:https://www.youtube.com/@departmentoftelecom
******
PS/Swadhin
(रिलीज़ आईडी: 2198405)
आगंतुक पटल : 19