ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
'ସମ୍ବିଧାନ ଦିବସ' ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 NOV 2025 2:19PM by PIB Bhubaneswar
- ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ, ସମ୍ମାନଜନକ ଜୀବନ, ଜାତୀୟ କର୍ତ୍ତବ୍ୟ ଏବଂ ଅଧିକାର ପ୍ରଦାନ କରିଥାଏ, ଯାହା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ପଥ ପରିଷ୍କାର କରିଥାଏ
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ସମ୍ବିଧାନ ଦିବସ’ ପାଳନ କରି ଦେଶର ନାଗରିକମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଧିକ ସଚେତନ କରିଛନ୍ତି
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା 'ସମ୍ବିଧାନ ଦିବସ' ଅବସରରେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ସମ୍ବିଧାନ ସଭାର ସମସ୍ତ ମହାନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଦେଶର ନାଗରିକମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ।
'ଏକ୍ସ’ରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ, ସମ୍ମାନଜନକ ଜୀବନ, ଜାତୀୟ କର୍ତ୍ତବ୍ୟ ଏବଂ ଅଧିକାର ପ୍ରଦାନ କରିଥାଏ, ଯାହା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ପଥ ପରିଷ୍କାର କରିଥାଏ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ସମ୍ବିଧାନ ଦିବସ’ର ଶୁଭାରମ୍ଭ କରି ଦେଶର ନାଗରିକମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଧିକ ସଚେତନ କରିଛନ୍ତି।
HS
(ରିଲିଜ ଆଡି: 2195175)
ପରିଦର୍ଶକ କାଉଣ୍ଟର : 37
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Bengali-TR
,
Assamese
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam