ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁରୁକ୍ଷେତ୍ର ଗସ୍ତର କିଛି ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 25 NOV 2025 11:30PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ହରିୟାଣା ସ୍ଥିତ କୁରୁକ୍ଷେତ୍ର ଗସ୍ତର କିଛି ଝଲକ ଶେୟାର କରିଛନ୍ତି ସେ ଭଗବାନ ଶ୍ରୀ କୃଷ୍ଣଙ୍କ ପବିତ୍ର ଶଙ୍ଖର ସମ୍ମାନାର୍ଥେ ନବନିର୍ମିତ ‘ପଞ୍ଚଜନ୍ୟ’ର ଉଦ୍‌ଘାଟନ କରିଥିଲେ ଏହା ପରେ, ସେ ମହାଭାରତ ଅନୁଭବ କେନ୍ଦ୍ର ପରିଦର୍ଶନ କରିଥିଲେ, ଯାହା ଏକ ରୋମାଞ୍ଚକର ଅଭିଜ୍ଞତା କେନ୍ଦ୍ର ଏଠାରେ ମହାଭାରତର ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଦର୍ଶିତ ହୋଇଛି, ଯାହା ଏହାର ସ୍ଥାୟୀ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ପରିପ୍ରକାଶ କରିଥାଏ

ପ୍ରଧାନମନ୍ତ୍ରୀ ନବମ ଶିଖ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଏହାକୁ ସମ୍ବୋଧିତ କରିଥିଲେ ଏହା ପରେ ସେ ବ୍ରହ୍ମ ସରୋବର ଦର୍ଶନ ଏବଂ ପୂଜା କରିଥିଲେ, ଯାହା ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ ଏହା ଶ୍ରୀମତ ଭଗବତ ଗୀତାର ଦିବ୍ୟ ପ୍ରକାଶନ ସହିତ ଜଡିତ ବୋଲି କୁହାଯାଏ

ଏକ୍ସରେ ବିଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ତାଙ୍କର ୩୫୦ତମ ଶହୀଦ ଦିବସ ଅବସରରେ, ଆମେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କୁ ପ୍ରଣାମ କରୁଛୁ ତାଙ୍କର ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ବଳିଦାନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିଥାଏ ।”
ਉਨ੍ਹਾਂ ਦੇ 350ਵੇਂ ਸ਼ਹੀਦੀ ਦਿਵਸ 'ਤੇ, ਅਸੀਂ ਸ੍ਰੀ ਗੁਰੂ ਤੇਗ ਬਹਾਦਰ ਜੀ ਨੂੰ ਨਮਨ ਕਰਦੇ ਹਾਂ ਉਨ੍ਹਾਂ ਦੀ ਬੇਮਿਸਾਲ ਹਿੰਮਤ ਅਤੇ ਸਰਵਉੱਚ ਬਲੀਦਾਨ ਲੱਖਾਂ ਲੋਕਾਂ ਨੂੰ ਪ੍ਰੇਰਿਤ ਕਰਦੇ ਹਨ

“ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଶଙ୍ଖ, ପଞ୍ଚଜନ୍ୟକୁ ସମ୍ମାନ ଜଣାଇ କୁରୁକ୍ଷେତ୍ରରେ ନିର୍ମିତ ପଞ୍ଚଜନ୍ୟ ସ୍ମାରକୀ, ନ୍ୟାୟ ଏବଂ ସତ୍ୟର ବିଜୟର ପ୍ରତୀକ ଏହା ଭବିଷ୍ୟତ ପିଢ଼ିକୁ ସଠିକ ପଥ ଅନୁସରଣ କରିବାକୁ ପ୍ରେରଣା ଦେଇ ଚାଲିବ ।”

“କୁରୁକ୍ଷେତ୍ରରେ ଥିବା ‘ମହାଭାରତ ଅନୁଭବ କେନ୍ଦ୍ର’ ଚମତ୍କାର ହେବା ସହ ଆମ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ଏବଂ ଶକ୍ତିଶଳୀ ନିଦର୍ଶନ ଏଠାରେ ସମସ୍ତେ ମହାଭାରତର ଘଟଣାବଳୀକୁ ସ୍ପଷ୍ଟ ଭାବରେ ଅନୁଭବ କରିପାରିବେ ।”

“ନବମ ଶିଖ ଗୁରୁ ଶ୍ରୀ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସରେ ତାଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ସ୍ମାରକୀ ଡାକଟିକଟ ଜାରି କରି ମୁଁ ଗର୍ବିତ ।”

“କୁରୁକ୍ଷେତ୍ର ପ୍ରଦର୍ଶନୀରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଅଦମ୍ୟ ସାହସ, ତ୍ୟାଗ ଏବଂ ଆମର ସାଂସ୍କୃତିକ ଐତିହ୍ୟକୁ ଦେଖିବାର ସୁଯୋଗ ମୋତେ ମିଳିଥିଲା ।”

“କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ସହିତ ଜଡିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆସିଥିବା ସଂଗଠକଙ୍କୁ ମୋର ପ୍ରଣାମ ।”

“ଆଜି ଭାରତର ଯେଉଁ ସଶକ୍ତ ସ୍ୱରୂପ ରହିଛି, ସେଥିରେ ଶ୍ରୀ ଗୁରୁ ତେଗ ବାହାଦୁର ସାହିବଙ୍କ ଭଳି ମହାପୁରୁଷମାନଙ୍କର ତ୍ୟାଗ ଏବଂ ସମର୍ପଣ ସମାହିତ ରହିଛି ।”

“ମୁଁ ଖୁସି ଯେ, ଗତ ୧୧ ବର୍ଷ ମଧ୍ୟରେ ଆମ ସରକାର ଆମର ଗୁରୁ ଏବଂ ଶିଖ ସମ୍ପ୍ରଦାୟ ସହିତ ଜଡିତ ପବିତ୍ର ପରମ୍ପରାଗୁଡିକୁ ଜାତୀୟ ପର୍ବ ଭାବରେ ପ୍ରତିଷ୍ଠା କରିଛି ।”

“ପବିତ୍ର ‘ଜୋଡା ସାହିବ’ ସହିତ ଜଡିତ ସମସ୍ତ ତଥ୍ୟକୁ ବିଚାରକୁ ନେଇ, ଆମେ ମିଳିତ ଭାବରେ ଏହାକୁ ତଖତ୍ ଶ୍ରୀ ପାଟନା ସାହିବଙ୍କୁ ସମର୍ପିତ କରିବାକୁ ନିଷ୍ପତ୍ତି ନେଇଛୁ ଯାହା ଦ୍ୱାରା ଆଗାମୀ ପିଢ଼ି ପାଇଁ ଏହି ପବିତ୍ର ଐତିହ୍ୟର ସଂରକ୍ଷଣ କରାଯାଇପାରିବ ।”

“ଗୁରୁ ସାହିବଙ୍କ ଠାରୁ ପ୍ରେରଣା ଦେଇ, ଆଜିର ଭାରତ ଅଦମ୍ୟ ସାହସ ଏବଂ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢ଼ୁଛି ଅପେରସନ ସିନ୍ଦୁର ଏହାର ଏକ ପ୍ରମୁଖ ଉଦାହରଣ ।”

“ଗୁରୁ ସାହିବଙ୍କ ସହିତ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ମୋର ସମ୍ପ୍ରଦାୟ ଏବଂ ଯୁବ ବନ୍ଧୁମାନଙ୍କୁ ଏକ ବିଶେଷ ଅନୁରୋଧ...”

ਸਿੱਖਾਂ ਦੇ ਨੌਵੇਂ ਗੁਰੂ ਸ੍ਰੀ ਤੇਗ਼ ਬਹਾਦਰ ਜੀ ਦੇ 350ਵੇਂ ਸ਼ਹੀਦੀ ਦਿਹਾੜੇ 'ਤੇ ਉਨ੍ਹਾਂ ਦੇ ਸਨਮਾਨ ਵਿੱਚ ਇੱਕ ਵਿਸ਼ੇਸ਼ ਸਿੱਕਾ ਅਤੇ ਯਾਦਗਾਰੀ ਡਾਕ ਟਿਕਟ ਜਾਰੀ ਕਰਕੇ ਬਹੁਤ ਮਾਣ ਮਹਿਸੂਸ ਕਰ ਰਿਹਾ ਹਾਂ


ਕੁਰੂਕਸ਼ੇਤਰ ਦੀ ਪ੍ਰਦਰਸ਼ਨੀ ਵਿੱਚ ਸ੍ਰੀ ਗੁਰੂ ਤੇਗ਼ ਬਹਾਦਰ ਜੀ ਦੀ ਅਦੁੱਤੀ ਦਲੇਰੀ, ਤਿਆਗ ਅਤੇ ਸਭਿਆਚਾਰਕ ਵਿਰਾਸਤ ਦਾ ਗਵਾਹ ਬਣਨ ਦਾ ਸੁਭਾਗ ਪ੍ਰਾਪਤ ਹੋਇਆ

ਕੁਰੂਕਸ਼ੇਤਰ ਵਿੱਚ ਸ੍ਰੀ ਗੁਰੂ ਤੇਗ਼ ਬਹਾਦਰ ਜੀ ਦੇ 350ਵੇਂ ਸ਼ਹੀਦੀ ਦਿਹਾੜੇ ਨਾਲ ਸਬੰਧਤ ਸਮਾਗਮ ਵਿੱਚ ਵੱਡੀ ਗਿਣਤੀ ਵਿੱਚ ਆਈ ਸੰਗਤ ਨੂੰ ਮੇਰਾ ਕੋਟਿ-ਕੋਟਿ ਸਿਜਦਾ!”

ਅੱਜ ਹਿੰਦੋਸਤਾਨ ਦਾ ਜੋ ਮਜ਼ਬੂਤ ਸਰੂਪ ਹੈ, ਉਸ ਵਿੱਚ ਸ੍ਰੀ ਗੁਰੂ ਤੇਗ਼ ਬਹਾਦਰ ਸਾਹਿਬ ਜਿਹੇ ਯੁਗਪੁਰਸ਼ਾਂ ਦਾ ਤਿਆਗ ਅਤੇ ਸਮਰਪਣ ਵੀ ਸਮਾਇਆ ਹੋਇਆ ਹੈ


ਮੈਨੂੰ ਸੰਤੁਸ਼ਟੀ ਹੈ ਕਿ ਪਿਛਲੇ 11 ਸਾਲਾਂ ਵਿੱਚ ਸਾਡੀ ਸਰਕਾਰ ਨੇ ਸਾਡੇ ਗੁਰੂਆਂ ਅਤੇ ਸਿੱਖ ਭਾਈਚਾਰੇ ਨਾਲ ਸਬੰਧਤ ਪਵਿੱਤਰ ਪਰੰਪਰਾਵਾਂ ਨੂੰ ਰਾਸ਼ਟਰੀ ਉਤਸਵ ਵਜੋਂ ਸਥਾਪਿਤ ਕੀਤਾ ਹੈ

ਪਵਿੱਤਰ 'ਜੋੜਾ ਸਾਹਿਬ' ਨਾਲ ਸਬੰਧਤ ਸਾਰੇ ਤੱਥਾਂ ਨੂੰ ਦੇਖਦੇ ਹੋਏ ਅਸੀਂ ਇਹ ਸਮੂਹਿਕ ਫ਼ੈਸਲਾ ਲਿਆ ਕਿ ਇਨ੍ਹਾਂ ਨੂੰ ਤਖ਼ਤ ਸ੍ਰੀ ਪਟਨਾ ਸਾਹਿਬ ਨੂੰ ਸਮਰਪਿਤ ਕੀਤਾ ਜਾਵੇਗਾ ਇਸ ਨਾਲ ਇਹ ਪਵਿੱਤਰ ਵਿਰਾਸਤ ਆਉਣ ਵਾਲੀਆਂ ਪੀੜ੍ਹੀਆਂ ਲਈ ਵੀ ਸੁਰੱਖਿਅਤ ਰਹੇਗੀ


ਗੁਰੂ ਸਾਹਿਬ ਤੋਂ ਪ੍ਰੇਰਨਾ ਲੈ ਕੇ ਅੱਜ ਦਾ ਭਾਰਤ ਅਦੁੱਤੀ ਦਲੇਰੀ ਅਤੇ ਪੂਰੀ ਤਾਕਤ ਨਾਲ ਅੱਗੇ ਵਧ ਰਿਹਾ ਹੈ ਆਪ੍ਰੇਸ਼ਨ ਸਿੰਧੂਰ ਇਸ ਦੀ ਸਭ ਤੋਂ ਵੱਡੀ ਉਦਾਹਰਣ ਹੈ


ਆਪਣੇ ਸਮਾਜ ਅਤੇ ਨੌਜਵਾਨ ਸਾਥੀਆਂ ਨੂੰ ਗੁਰੂ ਸਾਹਿਬ ਨਾਲ ਸਬੰਧਤ ਇਸ ਮਹੱਤਵਪੂਰਨ ਮੌਕੇ 'ਤੇ ਮੇਰੀ ਇੱਕ ਖ਼ਾਸ ਬੇਨਤੀ...”

“କୁରୁକ୍ଷେତ୍ରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ସମୟରେ, ମୋତେ ପବିତ୍ର ବ୍ରହ୍ମ ସରୋବର ପରିଦର୍ଶନ ଏବଂ ପୂଜା କରିବାର ସୌଭାଗ୍ୟ ମିଳିଥିଲା ମୁଁ ଏଠାରେ ମହା ଆରତୀରେ ଅଂଶଗ୍ରହଣ କରିଥିଲି ଏବଂ ମୋର ସମସ୍ତ ଦେଶବାସୀଙ୍କ ନିମନ୍ତେ ସୁଖ, ସମୃଦ୍ଧି ଏବଂ ସୁସ୍ଥ ଜୀବନର ପ୍ରାର୍ଥନା କରିଥିଲି ।”

 

SR


(रिलीज़ आईडी: 2195157) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Gujarati , Tamil , Kannada , Malayalam