ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କୋଏମ୍ବାଟୁରରେ ଅନୁଷ୍ଠିତ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ର ଝଲକ ସେୟାର କରିଛନ୍ତି

प्रविष्टि तिथि: 19 NOV 2025 10:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କୋଏମ୍ବାଟୁରରେ ଅନୁଷ୍ଠିତ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ର ଝଲକ ସେୟାର କରିଛନ୍ତି

ଏକ୍ସର ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ସବୁବେଳେ କୋଏମ୍ବାଟୁରରେ ସ୍ୱାଗତ ବାସ୍ତବରେ ସ୍ୱତନ୍ତ୍ର ଏହି ଜୀବନ୍ତ ସହରର ଜନସାଧାରଣଙ୍କ ଉତ୍ସାହ, ସ୍ନେହ, ଆଶୀର୍ବାଦ ସର୍ବଦା ମୋ ହୃଦୟର ନିକଟତର ହୋଇ ରହିବ ।”

“ବିଗତ ୧୧ ବର୍ଷରେ ଭାରତର କୃଷିକ୍ଷେତ୍ରରେ ଏକ ବଡ଼ ରୂପାନ୍ତରଣ ହୋଇଛି, ଏହାଯେ ଆମ ଯୁବପିଢ଼ି କୃଷିକ୍ଷେତ୍ରରେ ମଧ୍ୟ ନୂତନ ସମ୍ଭାବନା ଖୋଜି ପାଉଛନ୍ତି ଏହି ପରିବର୍ତ୍ତନରେ ପ୍ରାକୃତିକ କୃଷିର ଏକ ବଡ଼ ଭୂମିକା ରହିଛି ।”

“ମୁଁ ଖୁସି ଯେ, ମାତ୍ର ଗୋଟିଏ ବର୍ଷରେ ଦେଶବ୍ୟାପୀ ଲକ୍ଷାଧିକ କୃଷକ ନ୍ୟାସନାଲ ମିସନ ଅନ ନ୍ୟାଚୁରାଲ ଫାର୍ମିଙ୍ଗରେ ସାମିଲ ହୋଇପାରିଛନ୍ତି ।”

‘ତାମିଲନାଡ଼ୁ ସମେତ ସମଗ୍ର ଦକ୍ଷିଣ ଭାରତରେ ଆମର କୃଷକମାନେ ନିରନ୍ତର ଭାବେ ପ୍ରାକୃତିକ କୃଷିର ଅଭ୍ୟାସ କରୁଛନ୍ତି ସେମାନଙ୍କ ପ୍ରୟାସ ସମଗ୍ର ରାଷ୍ଟ୍ର ପାଇଁ ପ୍ରେରଣାଦାୟକ ।”

“ଆମେ ଏହା ବି ନିଶ୍ଚିତ କରିବା କଥା ଯେ ପ୍ରାକୃତିକ କୃଷି ବାସ୍ତବରେ ବିଜ୍ଞାନ ଭିତ୍ତିକ ପଦକ୍ଷେପ ସହ ଜଡ଼ିତ ହେବା ଉଚିତ ଏଥିପାଇଁ ଏଠାରେ ମୋର ସ୍ୱତନ୍ତ୍ର ନିବେଦନ ।”

“କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରାକୃତିକ କୃଷିର ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକରେ ଅଧିକ ଆଲୋଚନା ଏବଂ  ସର୍ବୋତ୍ତମ ବ୍ୟବସ୍ଥାର ଆଦାନପ୍ରଦାନକୁ ଏହା ପ୍ରୋତ୍ସାହିତ କରୁଛି ଏହି କ୍ଷେତ୍ରରେ କୃଷକମାନଙ୍କ ଦ୍ୱାରା ହେଉଥିବା ନବାଚାର କାର୍ଯ୍ୟ ଦେଖି ସନ୍ତୋଷ ଅନୁଭବ ହେଉଛି । “

SR


(रिलीज़ आईडी: 2192015) आगंतुक पटल : 30
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam