ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2025 7:51AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଭାରତୀୟମାନଙ୍କୁ ପ୍ରେରଣା ଏବଂ ଆବେଗରେ ଭରି ଚାଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ ଚିରକୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଭାରତ ମାଆର ଅମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବରସରରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ବୀରତ୍ୱ ଏବଂ ପରାକ୍ରମର ଗାଥା ଆଜି ମଧ୍ୟ ଦେଶବାସୀଙ୍କୁ ଉତ୍ସାହ ତଥା ଆଗେବରେ ଭରି ଦେଇଥାଏ । ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ କୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ ।”

SR

 

 


(ରିଲିଜ ଆଡି: 2191592) ପରିଦର୍ଶକ କାଉଣ୍ଟର : 45