ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତାରେ ଦେଇଥିବା ଭାଷଣର କିଛି ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2025 9:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ ଅବସରର କିଛି ଝଲକ ସେୟାର କରିଛନ୍ତି ।

ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ରାମନାଥ ଗୋଏଙ୍କା ଜୀଙ୍କ ପାଇଁ ସର୍ବଦା ରାଷ୍ଟ୍ର ପ୍ରଥମ ଥିଲା । ଯାହା ସତ୍ୟ ଓ ଠିକ୍,ତାହା ପାଇଁ ସେ ସର୍ବଦା ଛିଡ଼ା ହେଉଥିଲେ । ସେ ସବୁବେଳେ କର୍ତ୍ତବ୍ୟକୁ ସବୁଠାରୁ ଉପରେ ରଖୁଥିଲେ ।”

“ଯେତେବେଳେ ଅଧିକ ଲୋକ ଅଂଶ ଗ୍ରହଣ କରନ୍ତି,ଗଣତନ୍ତ୍ର ସୁଦୃଢ଼ ହୋଇଥାଏ । ନିକଟରେ ଅନୁଷ୍ଠିତ ବିହାର ନିର୍ବାଚନ ଉଚ୍ଚ ମତଦାନର ସାକ୍ଷୀ,ମହିଳାଙ୍କ ଅଧିକ ମତଦାନ ମଧ୍ୟ ଏହାକୁ ବିଶେଷ ଭାବେ ସ୍ୱତନ୍ତ୍ର କରିଛି ।”

“ଭାରତର ଅଭିବୃଦ୍ଧି ମଡେଲକୁ ବିଶ୍ୱ ପାଇଁ ଆଶାର ମଡେଲ ଭାବେ ଦେଖାଯାଉଛି”

“ନିର୍ବାଚନ ଜିତିବା ପାଇଁ ଜଣଙ୍କୁ ୨୪/୭ ନିର୍ବାଚନ ମୋଡରେ ରହିବା ଅନାବଶ୍ୟକ । ଜଣଙ୍କୁ ‘ଭାବପ୍ରବଣ ମୋଡ଼୍’ରେ ରହିବା ଉଚିତ ଏବଂ ଲୋକଙ୍କ ଆବଶ୍ୟକତା ବୁଝିବା ଆବଶ୍ୟକ ”

“ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଇଛି,ଏବଂ ଭାରତର ବିକାଶ ପାଇଁ ଏହା ସର୍ବୋତ୍ତମ ।”

“ଆସନ୍ତୁ ସାମୂହିକ ଭାବେ ଔପନିବେଶକ ମାନସିକତାରୁ ନିଜକୁ ମୁକ୍ତ କରିବା, ଯାହାକି ଦାସତ୍ୱର ମାନସିକତା ବ୍ୟତୀତ ଆଉ କିଛି ନୁହେଁ”

“ଆଗାମୀ ଦଶବର୍ଷରେ ଗୁଲାମୀର ମାନସିକତାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇଁ ଦେଶବାସୀଙ୍କୁ ଏହା ମୋର ବିଶେଷ ଆହ୍ୱାନ.... ।”

SR


(ରିଲିଜ ଆଡି: 2191138) ପରିଦର୍ଶକ କାଉଣ୍ଟର : 38