PIB Headquarters
azadi ka amrit mahotsav

ସମାରୋହର ଗୁଞ୍ଜରଣ : ଇଫିଏଷ୍ଟା ୨୦୨୫


ରୂପେଲି ପରଦା ବାହାରେ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପାଳନ

प्रविष्टि तिथि: 14 NOV 2025 3:40PM by PIB Bhubaneshwar

 

 

ଗୋଆରେ ଏଇ ନଭେମ୍ୱରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ମହୋତ୍ସବରେ (ଇଫ୍‌ଫି) କେବଳ ଫିଲ୍ମ ପ୍ରଦର୍ଶନରେ ସୀମିତ ରହିବ ନାହିଁ, ବରଂ ଏହା ଆୟୋଜନ କରିବ ଏକ ସଂପୂର୍ଣ୍ଣ ସାଂସ୍କୃତିକ ମହୋତ୍ସବ। ଦେଶର ସିନେମା ସଂପର୍କିତ ସବୁଠୁ ଲୋକପ୍ରିୟ ସମାରୋହରେ ଏକ ନୂଆ ଦିଗ ସଂଯୋଗ କରି ଆୟୋଜକମାନେ ‘ଇଫିଏଷ୍ଟା’ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଇଫିଏଷ୍ଟା ହେଉଛି ସଂଗୀତ,ସଂସ୍କୃତି ଓ ଲାଇଭ୍ ପରଫରମାନ୍‌ସର ଏକ ମିଳିତ ଉତ୍ସବ ଯାହାକି ମୁଖ୍ୟ ସମାରୋହ ସହିତ ଦୁଲୁକାଇ ଦେବ ମଞ୍ଚ।         

ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଚାଲିଥିବା ବେଳେ ଦୂରଦର୍ଶନରେ ଇଫିଏଷ୍ଟା ହେବ ଭାରତୀୟ ସଂଗୀତ ଓ ସଂସ୍କୃତିର ଶ୍ରେଷ୍ଠତା ପ୍ରଦର୍ଶନ କରିବାର ଏକ ଭବ୍ୟ ଆୟୋଜନ। ନଭେମ୍ୱର ୨୧ରୁ ୨୪ ତାରିଖ ଯାଏ ଶ୍ୟାମାପ୍ରସାଦ ମୁଖାର୍ଜୀ ଅଡିଟୋରିୟମ ପାଲଟିବ ଜୀବନ୍ତ ମଞ୍ଚ ଯେଉଁଠି ଶବ୍ଦ, ଲୟ ଓ ପ୍ରଦର୍ଶନ ଜରିଆରେ ବର୍ଣ୍ଣନା କରାଯିବ ଅନେକ କାହାଣୀ। ଓ୍ୱେଭ୍‌ସ କଲ୍‌ଚରାଲ ଆଣ୍ଡ କନସର୍ଟର ଏହି ସମାରୋହ ସଂଗୀତଜ୍ଞ, କଳାକାର ଓ ଦର୍ଶକଙ୍କୁ ଏପରି ଏକ ଅନୁଭବରେ ବାନ୍ଧି ରଖିବ ଯାହା ହେଉଛି କଳା ସହିତ ଭାରତର କାଳଜୟୀ ସଂପର୍କର ଉତ୍ସବ।   

 

ଇଫିଏଷ୍ଟାର ପ୍ରତ୍ୟେକ ସନ୍ଧ୍ୟାରେ ରହିବ ଏହାର ନିଜସ୍ୱ ପରିଚୟ। ଅତୀତର ସ୍ମୃତିକୁ ଉଜାଗର କରୁଥିବା ପରିଚିତ ମଧୁର ସଂଗୀତ ସହିତ କେତେକ ରାତି ହାଲ୍‌କା ଭାବେ ଆରମ୍ଭ ହେବ। ଆଉ କେତେକ ରାତି ହେବ ରଙ୍ଗୀନ ଏବଂ ବିଭିନ୍ନ ମୁଦ୍ରାରେ ପରିପୂର୍ଣ୍ଣ ହେବ ଯେତେବେଳେ ଯୁବ କଳାକାରମାନେ ଗୋଟିଏ ପିଢ଼ିର ସୃଜନଶୀଳତାକୁ ପୁନଃପରିଭାଷିତ କରୁଥିବା ଆତ୍ମବିଶ୍ୱାସର ସହିତ ମଞ୍ଚରେ ପଦାର୍ପଣ କରିବେ। ଶାସ୍ତ୍ରୀୟ ସଂଗୀତର ବିଭିନ୍ନ ରାଗର ପ୍ରଶାନ୍ତିରୁ ଆରମ୍ଭ କରି ମାଦକତା ଭରା ସମସାମୟିକ ସଂଗୀତର ପ୍ରତ୍ୟେକ ବିଟ୍ ରେ ଭାରତର ବିବିଧତା, ସକ୍ରିୟ ଓ ଗଭୀର ଭାବପ୍ରବଣତାକୁ ପ୍ରତିଫଳିତ କରିବ ଇଫିଏଷ୍ଟା। ଏସବୁର ପ୍ରଦର୍ଶନ ବେଳେ ଇଫିଏଷ୍ଟା ମଧ୍ୟ ପ୍ରଦର୍ଶନ କରିବ ଦିନକୁ ଦିନ ବଢୁଥିବା ଭାରତର “ସୃଜନଶୀଳ ଓ ଲାଇଭ୍ ଅର୍ଥନୀତି”- ଯାହା ହେଉଛି ଏକ ସକ୍ରିୟ ସ୍ଥାନ ଯେଉଁଠି କଳା, ନବସୃଜନ ଓ ଉଦ୍ୟୋଗିତା କେବଳ ପ୍ରଦର୍ଶନ ପାଇଁ ନୁହେଁ, ବରଂ ସମ୍ଭାବନା ପାଇଁ ଏକାଠି ହୁଅନ୍ତି।     

 

କିନ୍ତୁ ସଂଗୀତ ଓ ଆଲୋକ ବାହାରେ, ଇଫିଏଷ୍ଟା ହେଉଛି ଲୋକଙ୍କର। ଏହା ହେଉଛି ଦର୍ଶକମାନଙ୍କର ଯେଉଁମାନେ କି ଏକସ୍ୱରରେ ଗୀତ ଗାଆନ୍ତି, ଏହା ହେଉଛି ସେହି ପରିବାରମାନଙ୍କର ଯେଉଁମାନେ କି ସଂଧ୍ୟା ହେଉ ହେଉ ଏକାଠି ହୁଅନ୍ତି ଓ ସେହି ଅଜଣା ବ୍ୟକ୍ତିଙ୍କର ଯିଏ ସଂଗୀତର ଧୁନ୍‌ରେ ଏକାକାର ହୋଇଯାଏ। ଏହା ମନେ ପକାଇ ଦିଏ ଯେ, ସଂଗୀତ କେବଳ ଶୁଣାଯାଏ ନାହିଁ, ଏହାକୁ ଅନୁଭବ କରାଯାଏ। ଏହା ହୃଦୟକୁ ହୃଦୟ ସହିତ ଯୋଡ଼େ, ସୀମାରେଖାକୁ ଲିଭେଇ ଦିଏ ଓ ସମାରୋହରେ ସାମିଲ ହେବା ପାଇଁ ପ୍ରତ୍ୟେକ ଶ୍ରୋତାକୁ ପ୍ରଦାନ କରେ ଯଥାର୍ଥ କାରଣ।  

ଯାଦୁକରୀ ସଂଗୀତର ଚାରି ଦିନ

ଇଫିଏଷ୍ଟା ୨୦୨୫ ଚାରିଟି ଅଭୁଲା ସଂଧ୍ୟାରେ ଆୟୋଜିତ ହେବ। ପ୍ରତ୍ୟେକ ସଂଧ୍ୟାରେ ରହିବ ନିଜସ୍ୱ ସ୍ୱତନ୍ତ୍ର ତାଳ ଓ ନିଆରାପଣ। ଜଣେ ଜଣେ ସେଲିବ୍ରିଟି ଆଙ୍କର ପ୍ରତ୍ୟେକ ସଂଧ୍ୟାର କାର୍ଯ୍ୟକ୍ରମକୁ ସଂଚାଳନ କରିବେ। ତା ସହିତ ସାରେଗାମା ପ୍ରତ୍ୟେକ ସଂଧ୍ୟାରେ ଜଣେ ଜଣେ ସ୍ୱତନ୍ତ୍ର ଗାୟକଙ୍କୁ ନେଇ କରି ଆସିବ। ଏହି କାର୍ଯ୍ୟକ୍ରମରେ ଲଗାତର ଭାବେ ଶକ୍ତି, କଳା ଓ ସେଲିବ୍ରେସନର ଏକ ନିରବଚ୍ଛିନ୍ନ ପ୍ରବାହ ଜାରି ରହିବ । ଏଥିରେ ଯେ କେହି ବି ସାମିଲ ହୋଇ ତାର ଏକ ଅଂଶ ବୋଲି ଅନୁଭବ କରିବ। ସାରେଗାମା, ଏମ୍‌ଜେ ଫିଲ୍ମସ ଓ ଦିଲ୍ଲୀ ଘରାନାର  ସହଯୋଗରେ ପ୍ରସ୍ତୁତ ହେଉଥିବା ଏହି ସମାରୋହ ଭାରତର ସୁମଧୁର କଣ୍ଠଶିଳ୍ପୀ, ସଂଗୀତଜ୍ଞ ଓ କାହାଣୀକାରଙ୍କୁ ଗୋଟିଏ ରଂଗୀନ ରଙ୍ଗମଞ୍ଚରେ ଏକତ୍ରିତ କରିବ। ଏମାନେ ହେଉଛନ୍ତି ସୃଜନଶୀଳ ବିବିଧତା ଓ ଏକତାର ଭାବନାର ପ୍ରତିବିମ୍ୱ। ଇଫିଏଷ୍ଟାର ପଛରେ ଏହି ଭାବନା ହିଁ ରହିଛି।

ତାରିଖ

କାର୍ଯ୍ୟକ୍ରମ

ପ୍ରବେଶ

୨୧ ନଭେମ୍ୱର ୨୦୨୫ (ଶୁକ୍ରବାର)

ଓସୋ ଜୈନ-ଲାଇଭ କନସର୍ଟ

ମାଗଣା

୨୨ ନଭେମ୍ୱର ୨୦୨୫ (ଶନିବାର)

ମହୋତ୍ସବ ସୋକେସ୍:ବିଭିନ୍ନ ବ୍ୟାଣ୍ଡ ମଧ୍ୟରେ ପ୍ରତିଯୋଗିତା(ଭାରତ ଓ ଅନ୍ତର୍ଜାତୀୟ), ସୁରୋଁ କା ଏକଲବ୍ୟ, ଓ୍ୱାଃ ଉସ୍ତାଦ

ମାଗଣା

୨୩ ନଭେମ୍ୱର ୨୦୨୫ (ରବିବାର)

ମହୋତ୍ସବ ସୋକେସ୍ : ବିଭିନ୍ନ ବ୍ୟାଣ୍ଡ ମଧ୍ୟରେ ପ୍ରତିଯୋଗିତା (ଭାରତ ଓ ଅନ୍ତର୍ଜାତୀୟ), ସୁରୋଁ କା ଏକଲବ୍ୟ, ଓ୍ୱାଃ ଉସ୍ତାଦ, ଦେବାଞ୍ଚଳ କି ପ୍ରେମ୍ କଥା(ସ୍ୱତନ୍ତ୍ର ସୋ )

ମାଗଣା

୨୪ ନଭେମ୍ୱର ୨୦୨୫ (ସୋମବାର)

ମହୋତ୍ସବ ସୋକେସ୍ : ବିଭିନ୍ନ ବ୍ୟାଣ୍ଡ ମଧ୍ୟରେ ପ୍ରତିଯୋଗିତା (ଭାରତ ଓ ଅନ୍ତର୍ଜାତୀୟ) ସୁରୋଁ କା ଏକଲବ୍ୟ, ଓ୍ୱାଃ ଉସ୍ତାଦ

ମାଗଣା

ସ୍ଥାନ-ଶ୍ୟାମା ପ୍ରସାଦ ମୁଖାର୍ଜୀ ମଣ୍ଡପ, ଗୋଆ

ସମୟ- ସଂଧ୍ୟା ୬ଟାରୁ ରାତି ୮ ଟା ଯାଏ

 

 

 

ନୂତନ ଭାରତର ସୃଜନଶୀଳ ସ୍ପନ୍ଦନ

ଇଫିଏଷ୍ଟାର ମୂଳରେ ରହିଛି ଏପରି ଏକ ଅଭିଯାନ ଅଛି ଯାହାକି ଭାରତର ସାଂସ୍କୃତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଦେଉଛି – ‘ସୃଜନଶୀଳ ଓ ଲାଇଭ୍ ଅର୍ଥନୀତି’ ର ଉତ୍‌ଥାନ। ଇଫିଏଷ୍ଟା ହେଉଛି ଏପରି ଏକ ମଞ୍ଚ ଯାହାକି ଏକ ମହୋତ୍ସବ ଆୟୋଜନଠାରୁ କାହିଁ କେତେ ବଡ଼। ଏଠାରେ ସୃଜନଶୀଳତାକୁ ମିଳିଥାଏ ଅନେକ ସୁଯୋଗ, କେତେ କେତେ କଳାକାର, ଦର୍ଶକ ଓ ଉଦ୍ୟୋଗ ସମାଗମ ହୋଇ ସେମାନଙ୍କୁ ଏପରି ଏକ ମଞ୍ଚ ପ୍ରଦାନ କରେ ଯେଉଁଠି ପ୍ରତିଭା ଓ ନବସୃଜନର ମିଳିତ ସମାରୋହ ଦେଖିବାକୁ ମିଳିଥାଏ।  

 

ଏହି ଲକ୍ଷ୍ୟର ଭିତ୍ତିଭୂମି ରହିଛି ଓ୍ୱେଭ୍‌ସ କଲ୍‌ଚରାଲ ଆଣ୍ଡ କନ୍‌ସର୍ଟରେ। ଏହା ହେଉଛି ଏପରି ଏକ ଅଭିଯାନ ଯାହାକି ନୂଆ ପ୍ରକାରର କଳାତ୍ମକ ସହଯୋଗିତା ଓ ସାଂସ୍କୃତିକ ଉଦ୍ୟୋଗକୁ ଦେଖାଇ ଥାଏ ରାସ୍ତା । ଓ୍ୱାର୍ଲଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ଓ୍ୱେଭ୍‌ସ) ଅଧୀନରେ ଏହି ସମାରୋହ ଭାରତକୁ ଏପରି ଏକ ବିଶ୍ୱସ୍ତରୀୟ ସୃଜନଶୀଳ କେନ୍ଦ୍ର ରୂପରେ ଉତ୍‌ଥାନ ହେବାକୁ ପ୍ରୋତ୍ସାହନ ଦେଇଥାଏ ଯେଉଁଠି ସୀମାହୀନ ଭାବେ ସୃଜନଶୀଳ ବ୍ୟକ୍ତିତ୍ୱ, ଉଦ୍ୟୋଗ ଓ ଦର୍ଶକ ପରସ୍ପର ସହିତ ଯୋଡ଼ିଥାନ୍ତି।    

ବଡ଼ ଧରଣର ଲାଇଭ୍ କାର୍ଯ୍ୟକ୍ରମର ଅଭିଜ୍ଞତା ଜରିଆରେ ତୃଣମୂଳ ସ୍ତରରୁ ବିଶ୍ୱସ୍ତରୀୟ ପ୍ରତିଭାକୁ ପ୍ରୋତ୍ସାହିତ କରି ଏବଂ ଭାରତୀୟ କଳାକୃତିର ବିବିଧତା ପ୍ରଦର୍ଶନ କରି, ଓ୍ୱେଭ୍‌ସ କଲଚରାଲ୍‌ସ ଏବଂ କନସର୍ଟସ ଭାରତର ବର୍ଦ୍ଧିତ ସୃଜନଶୀଳ ଅର୍ଥନୀତିର ଢାଞ୍ଚା ନିର୍ମାଣ କରିବାରେ ସାହାଯ୍ୟ କରୁଛି। କନସର୍ଟ ଏବଂ ପ୍ରତିଯୋଗିତାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସହଯୋଗ ପର୍ଯ୍ୟନ୍ତ, ଏହା କଳାତ୍ମକ ଉତ୍କର୍ଷତା ଏବଂ ଆର୍ଥିକ ମୂଲ୍ୟ ଉଭୟକୁ ପ୍ରୋତ୍ସାହିତ କରେ - ସଂଗୀତଜ୍ଞ, କଳାକାର ଏବଂ ପ୍ରଯୋଜନାର ପେସାଦାର ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବା ବ୍ୟବସ୍ଥାକୁ ସୁଦୃଢ଼ କରୁଛି। 

 
ଲଗାତର ଭାବେ ଇଫିଏଷ୍ଟା ଏହି ବୃହତ୍ତର ଅଭିଯାନର ଲୋକଙ୍କ ଅଭିବ୍ୟକ୍ତି ଭାବରେ ଠିଆ ହୋଇଛି । ସୃଜନଶୀଳତା କିପରି ସଂଯୋଗକୁ ବାଟ ଦେଖାଏ ଏବଂ କିପରି ଲାଇଭ୍ କାର୍ଯ୍ୟକ୍ରମର  ଅଭିଜ୍ଞତା କେବଳ ପ୍ରଶଂସା ନୁହେଁ ବରଂ ରୋଜଗାର ମଧ୍ୟ ପ୍ରଦାନ କରେ ସେସବୁ ଏହା ପ୍ରତିଫଳିତ କରୁଛି। ଚାରି ରାତିର ସଂସ୍କୃତି, ସଙ୍ଗୀତ ଏବଂ ପ୍ରଦର୍ଶନ ବୃହତ୍ତର ଜାତୀୟ ଅଭିଯାନ ସହିତ ପ୍ରତିଧ୍ୱନିତ ହେବଯେଉଁଠାରେ ସଂସ୍କୃତିକୁ କେବଳ ସଂରକ୍ଷିତ କରାଯାଏ ନାହିଁ, ବରଂ ଅଂଶଗ୍ରହଣ, ନବସୃଜନ ଏବଂ ମିଳିତ ସମାରୋହ ମାଧ୍ୟମରେ ଆଗକୁ ବଢ଼ାଯାଏ। 

 

 

ସେଇ ପ୍ରତିଧ୍ୱନି ଯାହା ବହୁତ ସମୟ ଧରି ଶୁଣାଯିବ

ଇଫିଏଷ୍ଟା ୨୦୨୫ କେବଳ ଏକ ସାଧାରଣ ମହୋତ୍ସବଠାରୁ କାହିଁ କେତେ ଗୁଣରେ ବଡ଼। ଏହି ସେହି ଯାଦୁକୁ ମନେ ପକାଇ ଦେବ ଯାହା ସୃଷ୍ଟି ହୁଏ ଦର୍ଶକ, କଳା ଓ କାହାଣୀ ଏକାଠି ହେଲେ।  ଚାରି ରାତି ଧରି ଗୋଆରେ ସଂଗୀତ ହୋଇଯିବ ସ୍ମୃତି, ଦର୍ଶକମାନେ ଅଂଶଗ୍ରହଣକାରୀ ହୋଇଯିବେ ଓ ପ୍ରତ୍ୟେକ ତାଳି ମିଳିତ ଆନନ୍ଦର ଉଷ୍ଣତାକୁ ବହନ କରିବ। ଏହା କହିବ ଯେ, ଏହି ମହୋତ୍ସବ ହେଉଛି ସମସ୍ତଙ୍କର – ସାମଗ୍ରିକ, ସ୍ୱତଃସ୍ଫୁର୍ତ୍ତ ଓ ଗଭୀର ଭାବେ ମାନବୀୟ।  

 

ଦୂରଦର୍ଶନର ପରିକଳ୍ପନା ଓ ଓ୍ୱେବ୍‌ସ କଲ୍‌ଚରାଲ ଆଣ୍ଡ କନ୍‌ସର୍ଟସ୍  ଦ୍ୱାରା ପ୍ରସ୍ତୁତ ଓ କଳାତ୍ମକ ଭାବେ ପରିଚାଳିତ ଏହି ସମାରୋହ ସଂସ୍କୃତିକୁ ଅନୁଭବକୁ ଏକ ନୂଆ ଭାଷାରେ ପରିଭାଷିତ କରିବ। ଏହା ମନେପକାଇ ଦେବେ ଯେ, କଳା କେବଳ କନ୍‌ସର୍ଟ ହଲରେ କି ଷ୍ଟୁଡିଓରେ ନ ଥାଏ।  ଏହାର ଉତ୍ସବ ପାଳନ ପାଇଁ ଯେଉଁଠି ବି ଲୋକେ ଏକାଠି ହୁଅନ୍ତି ସେଠାରେ ନିଃଶ୍ୱାସ ପ୍ରଶ୍ୱାସ ନେଇଥାଏ ସଂସ୍କୃତି। ଜଣେ ଯୁବ କଳାକାରର ପ୍ରଥମ ସ୍ୱରରୁ ଆରମ୍ଭ କରି ଉସ୍ତାଦଙ୍କ କାଳଜୟୀ ପ୍ରଦର୍ଶନ ଯାଏ, ଇଫିଏଷ୍ଟା ସେହି ଭାବନା ଓ ଅସୀମା କଳାତ୍ମକ ଶକ୍ତିକୁ ପ୍ରତିଧ୍ୱନିତ କରିବ ଯାହା ଭାରତକୁ ପରିଭାଷିତ କରିଥାଏ।

 

BSP


(रिलीज़ आईडी: 2190528) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Tamil