ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଦିଲ୍ଲୀ ବିସ୍ଫୋରଣ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ପ୍ରତ୍ୟେକ ଅପରାଧୀଙ୍କୁ ଧରାଯିବ: ଶ୍ରୀ ଅମିତ ଶାହ

प्रविष्टि तिथि: 11 NOV 2025 6:57PM by PIB Bhubaneshwar

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀ କାର ବିସ୍ଫୋରଣ ଘଟଣା ଉପରେ ସୁରକ୍ଷା ଏଜେନ୍ସି ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ପ୍ରଥମ ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାତୀୟ ତଦନ୍ତାକରୀ ସଂସ୍ଥାର ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୋଲିସ କମିଶନର ଯୋଗ ଦେଇଥିଲେ। ଜାମ୍ମୁ-କାଶ୍ମୀରର ମହାନିର୍ଦ୍ଦେଶକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ଦେଇଥିଲେ। ଦ୍ୱିତୀୟ ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ମହାନିର୍ଦ୍ଦେଶକ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ମହାନିର୍ଦ୍ଦେଶକ, ଫରେନ୍ସିକ ସାଇନ୍ସ ସର୍ଭିସେସ୍ ନିର୍ଦ୍ଦେଶକ, ଦିଲ୍ଲୀର ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ମୁଖ୍ୟ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରୀ 'ଏକ୍ସ’ରେ ତାଙ୍କ ପୋଷ୍ଟରେ କହିଛନ୍ତି, "ବରିଷ୍ଠ ଅଧିକାରୀଙ୍କ ସହ ଦିଲ୍ଲୀ କାର ବିସ୍ଫୋରଣ ଉପରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛି । ଏହି ଘଟଣା ପଛରେ ଥିବା ପ୍ରତ୍ୟେକ ଅପରାଧୀଙ୍କୁ ଖୋଜିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହି  କାର୍ଯ୍ୟରେ  ଜଡିତ  ପ୍ରତ୍ୟେକ ବ୍ୟକ୍ତି  ଆମର ଏଜେନ୍ସିଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯାନୁଷ୍ଠାନର ସମ୍ମୁଖୀନ ହେବେ । ’’

HS/Swadhin


(रिलीज़ आईडी: 2189067) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Telugu , Kannada