ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଜାତିଙ୍କ ଗର୍ବ, ବିକାଶ ଯାତ୍ରା ଏବଂ ଜନକଲ୍ୟାଣ ଉପରେ ଆଲୋକପାତ କରୁଥିବା ଛତିଶଗଡ ଗସ୍ତର କିଛି ଅଂଶ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
01 NOV 2025 10:44PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ ଗସ୍ତର କିଛି ଅଂଶ ଶେୟାର କରିଛନ୍ତି, ଯେଉଁଥିରେ ଜନଜାତିଙ୍କ ଗର୍ବ, ବିକାଶ ଯାତ୍ରା ଏବଂ ଜନକଲ୍ୟାଣ ଉପରେ ଆଲୋକପାତ କରାଯାଇଛି ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଜି ନୟା ରାୟପୁର ଅଟଳ ନଗରରେ ଛତିଶଗଡର ଆଦିବାସୀ ସମ୍ପ୍ରଦାୟର ଅଦମ୍ୟ ସାହସ, ତ୍ୟାଗ ଏବଂ ଦେଶପ୍ରେମ ପ୍ରତି ସମର୍ପିତ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କଲି । ଏହି ସମୟ ମଧ୍ୟରେ, ସଂଗ୍ରହାଳୟ ପରିଦର୍ଶନ ସହିତ, ମୁଁ ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଉଦ୍ଘାଟନ ଏବଂ ତାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବାର ସୁଯୋଗ ମଧ୍ୟ ପାଇଲି ।”
“ନୟା ରାୟପୁର ଅଟଳ ନଗରରେ ରୌପ୍ୟ ଜୟନ୍ତୀ ପ୍ରଦର୍ଶନୀରେ ଛତିଶଗଡର ଅଢ଼େଇ ଦଶନ୍ଧିର ବିକାଶ ଯାତ୍ରା ଦେଖି ମୁଁ ଅତ୍ୟନ୍ତ ଖୁସି ।”
“ଛତିଶଗଡରେ ମୋର ଗରିବ ଭାଇ ଭଉଣୀମାନଙ୍କୁ ଭେଟି ମୁଁ ଗଭୀର ସନ୍ତୋଷ ଅନୁଭବ କଲି, ଯେଉଁମାନେ ଆଜି ପକ୍କା ଘର ପାଇଛନ୍ତି । ନିଜ ଘରର ଚାବି ପାଇବା ପରେ ସେମାନଙ୍କ ମୁହଁରେ ଆନନ୍ଦ ସ୍ପଷ୍ଟ ଦେଖାଯାଉଥିଲା ।”
“ଛତିଶଗଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀରେ ମୋତେ ଆର୍ଶୀବାଦ ଦେବାକୁ ଆସିଥିବା ରାଜ୍ୟରୁ ମୋର ପରିବାର ସଦସ୍ୟମାନଙ୍କୁ ଅନେକ ଅନେକ ଅଭିନନ୍ଦନ!
ଜୟ ଜୋହର !”
“୨୫ ବର୍ଷ ପୂର୍ବରୁ ଛତିଶଗଡର ପ୍ରତିଷ୍ଠା ସହ ପୂଜ୍ୟ ଅଟଳ ବିହାରୀ ବାଜପେୟୀ ଯେଉଁ ବୀଜ ରୋପଣ କରିଥିଲେ, ଆଜି ତାହା ବିକାଶ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି । ଇତିମଧ୍ୟରେ ଏହି ରାଜ୍ୟର ମୋର ଭାଇ-ଭଉଣୀମାନେ ଅଗଣିତ ସଫଳତା ହାସଲ କରିଛନ୍ତି, ଯାହାକୁ ଦେଖି ମୁଁ ଗର୍ବିତ ମନେ କରୁଛି ।”
“ଛତିଶଗଡର ଆମର ଆଦିବାସୀ ସମ୍ପ୍ରଦାୟ ଭାରତର ଐତିହ୍ୟ ଏବଂ ବିକାଶରେ ଅତୁଳନୀୟ ଯୋଗଦାନ ଦେଇଛନ୍ତି । ଆଜି ଉଦ୍ଘାଟନ ହୋଇଥିବା ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ, ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।”
“୧୧ ବର୍ଷ ପୂର୍ବେ, ଆମେ ଛତିଶଗଡ ସମେତ ସମଗ୍ର ଭାରତକୁ ନକ୍ସଲବାଦ-ମାଓବାଦୀ ଆତଙ୍କରୁ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲୁ, ଯାହାର ପରିଣାମ ଆଜି ସମଗ୍ର ଦେଶ ଦେଖୁଛି । ମୁଁ ଖୁସି ଯେ ଆଜି ଛତିଶଗଡର ସେହି ଅଞ୍ଚଳଗୁଡିକରେ ମଧ୍ୟ ବିକାଶର ଧାରା ପ୍ରବାହିତ ହେଉଛି, ଯେଉଁଗୁଡିକ ଦଶନ୍ଧି ଧରି ଏହି ଆତଙ୍କର ଗଡ଼ ଥିଲା ।”
SR
(Release ID: 2185465)
Visitor Counter : 6