ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖାଦ୍ୟ ପ୍ରକ୍ରିୟାକରଣ ଶୃଖଳା କେବଳ ଅର୍ଥନୀତି ନୁହେଁ, ଦେଶର ସୁରକ୍ଷା ଏବଂ ସ୍ୱାଧୀନତା ସହ ଜଡିତ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2025 12:37PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଭାରତର ଘରୋଇ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ବ୍ୟଖ୍ୟା କରାଯାଇଛି ଏହାଛଡା ଜାତୀୟ ସୁରକ୍ଷା, ଗ୍ରାମୀଣ ସମୃଦ୍ଧି ଏବଂ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଛି

ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପିଏମ୍ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି;

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ଆଲୋକପାତ କରିଛନ୍ତି ଯେ, ଘରୋଇ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ସୁଦୃଢ଼ କରିବା ହେଉଛି ଜାତୀୟ ସୁରକ୍ଷା ପ୍ରାଥମିକତା

ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, କିପରିଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦଲକ୍ଷ୍ୟ ସହିତ ସମନ୍ୱିତ ପଦକ୍ଷେପଗୁଡିକ ଚାଷୀମାନଙ୍କୁ ସଶକ୍ତ କରିବା ସହ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରୁଛି ଏବଂ ଗ୍ରାମୀଣ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି

ଏହାକୁ ନିଶ୍ଚୟ ପଢ଼ନ୍ତୁ!”

 

 

SR

 

 


(ରିଲିଜ ଆଡି: 2182944) ପରିଦର୍ଶକ କାଉଣ୍ଟର : 29