ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
ଆଇଟି ନିୟମ 2021ର ନିୟମ 3(1)(ଡି)ରେ ସଂଶୋଧନର ବିଜ୍ଞପ୍ତି ପ୍ରକାଶ କଲେ ସରକାର
Posted On:
23 OCT 2025 11:36AM by PIB Bhubaneshwar
ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ପଦକ୍ଷେପ
ନୂତନ ଢାଞ୍ଚା ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ, ଯୁକ୍ତିଯୁକ୍ତ ସୂଚନା ଏବଂ ସମାନୁପାତିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ କରିବା ପାଇଁ ସାମୟିକ ସମୀକ୍ଷା ସୁନିଶ୍ଚିତ କରେ
ଏହି ସଂଶୋଧନଗୁଡ଼ିକ ମଧ୍ୟସ୍ଥମାନଙ୍କ ଦ୍ୱାରା ବେଆଇନ ଅନଲାଇନ୍ ବିଷୟବସ୍ତୁ ଅପସାରଣରେ ସ୍ୱଚ୍ଛତା, ସମାନୁପାତିକତା ଏବଂ ଦାୟିତ୍ୱକୁ ସୁଦୃଢ଼ କରେ
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥ ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ସଂଶୋଧନ ନିୟମ, 2025 ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥ ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, 2021 (‘‘ଆଇଟି ନିୟମ, 2021’’) ସଂଶୋଧନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ସଂଶୋଧନଗୁଡ଼ିକ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, 2000 (‘‘ଆଇଟି ଆଇନ’’) ଅଧୀନରେ ମଧ୍ୟସ୍ଥମାନଙ୍କର ଉପଯୁକ୍ତ ତତ୍ପରତା ଉତ୍ତରଦାୟିତ୍ୱ ପାଇଁ ଢାଞ୍ଚାକୁ ସୁଦୃଢ଼ କରିଥାଏ। ବିଶେଷକରି, ନିୟମ 3(1)(ଡି) ରେ ସଂଶୋଧନଗୁଡ଼ିକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ କରେ ଯାହାଦ୍ୱାରା ମଧ୍ୟସ୍ଥମାନେ ସ୍ୱଚ୍ଛ, ସମାନୁପାତିକ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ବେଆଇନ ବିଷୟବସ୍ତୁକୁ ହଟାଇବେ। ସଂଶୋଧିତ ନିୟମଗୁଡ଼ିକ 15ନଭେମ୍ବର 2025 ଠାରୁ କାର୍ଯ୍ୟକାରୀ ହେବ।
ମୂଳତଃ 25 ଫେବୃଆରୀ, 2021ରେ ଆଇଟି ନିୟମ, 2021 ଅଧିସୂଚିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ 28 ଅକ୍ଟୋବର, 2022 ଏବଂ 6 ଏପ୍ରିଲ, 2023ରେ ସଂଶୋଧନ କରାଯାଇଥିଲା। ଏହି ନିୟମ ମଧ୍ୟସ୍ଥମାନଙ୍କ ଉପରେ ଯଥାର୍ଥ ତତ୍ପରତା ଉତ୍ତରଦାୟିତ୍ୱ ଲାଗୁ କରେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନେ ଅନଲାଇନ୍ ସୁରକ୍ଷା, ସଂରକ୍ଷଣ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିପାରିବେ।
ନିୟମ 3(1)(ଡି) ଅନୁଯାୟୀ, ମଧ୍ୟସ୍ଥମାନେ ଉପଯୁକ୍ତ ସରକାରଙ୍କ ଠାରୁ କୋର୍ଟ ଆଦେଶ କିମ୍ବା ବିଜ୍ଞପ୍ତି ମାଧ୍ୟମରେ ପ୍ରକୃତ ସୂଚନା ପାଇବା ପରେ ବେଆଇନ ସୂଚନା ଅପସାରଣ କରିବାକୁ ବାଧ୍ୟ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଏକ ସମୀକ୍ଷା ବରିଷ୍ଠ ସ୍ତରରେ ଉତ୍ତରଦାୟିତ୍ୱ, ବେଆଇନ ବିଷୟବସ୍ତୁର ସଠିକ୍ ରିପୋର୍ଟିଂ ଏବଂ ଉଚ୍ଚ ସ୍ତରରେ ସରକାରୀ ନିର୍ଦ୍ଦେଶାବଳୀର ସମୟକାଳୀନ ସମୀକ୍ଷା ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରିଛି।
ଏବେ, କେବଳ ଯୁଗ୍ମ ସଚିବ କିମ୍ବା ସମକକ୍ଷ ପଦର ଜଣେ ବରିଷ୍ଠ ଅଧିକାରୀ କିମ୍ବା ଯେଉଁଠାରେ ଏପରି ପଦବୀ ନିଯୁକ୍ତ ହୋଇନାହିଁ, ସେଠାରେ ନିର୍ଦ୍ଦେଶକ କିମ୍ବା ସମକକ୍ଷ ପଦର ଜଣେ ଅଧିକାରୀ ବେଆଇନ ସୂଚନା ଅପସାରଣ ପାଇଁ ମଧ୍ୟସ୍ଥମାନଙ୍କୁ ଯେକୌଣସି ନୋଟିସ୍ ଜାରି କରିପାରିବେ। ଏହା ବ୍ୟତୀତ, ଯେଉଁଠାରେ ଏପରି ଏକ ସଂସ୍ଥାକୁ ଏପରି ଭାବରେ ନିଯୁକ୍ତ କିମ୍ବା କ୍ଷମତାପ୍ରାପ୍ତ କରାଯାଇଛି, ସେଠାରେ କ୍ଷମତାପ୍ରାପ୍ତ ସଂସ୍ଥା ମଧ୍ୟରେ ଜଣେ ସମକକ୍ଷ ଅଧିକାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇପାରିବ।
ପୋଲିସ କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଭାବରେ କ୍ଷମତାପ୍ରାପ୍ତ ଡିଆଇଜି କିମ୍ବା ତଦୁର୍ଦ୍ଧ୍ବ ପଦବୀର ଜଣେ ଅଧିକାରୀ ଏପରି ନୋଟିସ୍ ଜାରି କରିପାରିବେ ।
ନୋଟିସରେ ସ୍ପଷ୍ଟ ଭାବରେ ଆଇନଗତ ଆଧାର ଏବଂ ବୈଧାନିକ ବ୍ୟବସ୍ଥା, ବେଆଇନ କାର୍ଯ୍ୟର ପ୍ରକୃତି ଏବଂ ଅପସାରଣ କରିବାକୁ ଥିବା ସୂଚନା, ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କ୍ (‘‘ବିଷୟବସ୍ତୁ’’) ର ନିର୍ଦ୍ଦିଷ୍ଟ ୟୁଆରଏଲ/ଆଇଡେଣ୍ଟିଫାୟର କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସ୍ଥାନ ଉଲ୍ଲେଖ କରାଯିବା ଉଚିତ।
ଆଇଟି ଆଇନର ଧାରା 79(3)(ବି) ଅନୁଯାୟୀ ବାଧ୍ୟତାମୂଳକ ‘ପ୍ରକୃତ ଜ୍ଞାନ’ର ଆବଶ୍ୟକତା ସହିତ ନିୟମରେ ସ୍ପଷ୍ଟତା ଏବଂ ସଠିକତା ଆଣିବା ପାଇଁ ‘ବିଜ୍ଞପ୍ତି’ ପାଇଁ ପୂର୍ବରୁ ଥିବା ବ୍ୟାପକ ସନ୍ଦର୍ଭକୁ ‘ଯୌକ୍ତିକ ନୋଟିସ୍’ ସହିତ ବଦଳାଯାଇଛି।
ନିୟମ 3(1)(ଡି) ଅନୁଯାୟୀ ଜାରି କରାଯାଇଥିବା ସମସ୍ତ ବିଜ୍ଞପ୍ତିଗୁଡ଼ିକ ଉପଯୁକ୍ତ ସରକାରଙ୍କ ସଚିବ ସ୍ତରରୁ ଉପରିସ୍ଥ ଜଣେ ଅଧିକାରୀଙ୍କ ଦ୍ୱାରା ମାସିକ ସମୀକ୍ଷା କରାଯିବ। ଏପରି କାର୍ଯ୍ୟଗୁଡ଼ିକ ଆବଶ୍ୟକ, ସମାନୁପାତିକ ଏବଂ ଆଇନ ଅନୁଯାୟୀ ହେବ ।
ଏହି ସଂଶୋଧନଗୁଡ଼ିକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଏବଂ ରାଜ୍ୟର ବୈଧ ନିୟାମକ କ୍ଷମତା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଥାଏ। ପ୍ରବର୍ତ୍ତନ କାର୍ଯ୍ୟଗୁଡ଼ିକ ସ୍ୱଚ୍ଛ ଏବଂ ମନମୁଖୀ ପ୍ରତିବନ୍ଧକକୁ ଏଡାଇବା ସୁନିଶ୍ଚିତ କରିଥାଏ।
ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ: ସାମୟିକ ସମୀକ୍ଷା ସହିତ କିଏ ଏବଂ କିପରି ନିର୍ଦ୍ଦେଶ ଜାରି କରିପାରିବେ, ଯାଞ୍ଚ ଏବଂ ସନ୍ତୁଳନ ସୁନିଶ୍ଚିତ କରିପାରିବେ ସେ ବିଷୟରେ ସ୍ପଷ୍ଟ ମାର୍ଗଦର୍ଶିକା ରହିବ।
ମଧ୍ୟସ୍ଥମାନଙ୍କ ପାଇଁ ସ୍ପଷ୍ଟତା: ବିସ୍ତୃତ ଏବଂ ଯୁକ୍ତିଯୁକ୍ତ ସୂଚନା ବାଧ୍ୟତାମୂଳକ କରିବା ମଧ୍ୟସ୍ଥମାନଙ୍କୁ ଆଇନ ଅନୁପାଳନରେ କାର୍ଯ୍ୟ କରିବାକୁ ଭଲ ଭାବରେ ମାର୍ଗଦର୍ଶନ କରିବ।
ସୁରକ୍ଷା ଏବଂ ସମାନୁପାତିକତା: ଏହି ସଂସ୍କାରଗୁଡ଼ିକ ସମାନୁପାତିକତା ସୁନିଶ୍ଚିତ କରେ ଏବଂ ଆଇଟି ଆଇନ, 2000 ଅନୁଯାୟୀ ବୈଧ ପ୍ରତିବନ୍ଧକକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ନ୍ୟାୟର ନୀତିକୁ ବଜାୟ ରଖେ।
ଅଧିକ ବିବରଣୀ ଲାଗି ଦୟାକରି ଗେଜେଟ୍ ବିଜ୍ଞପ୍ତି ଏବଂ ଏକୀକୃତ ଆଇଟି ନିୟମ, 2021, ଅକ୍ଟୋବର 2025 ସୁଦ୍ଧା ଯଥା ସଂଶୋଧିତ https://egazette.gov.in ୱେବସାଇଟରେ ଉପଲବ୍ଧ ଅଛି: /ମନ୍ତ୍ରଣାଳୟର ୱେବସାଇଟ୍ https://www.meity.gov.in/ ଦେଖନ୍ତୁ।
*****
PS
(Release ID: 2181994)
Visitor Counter : 5