ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରବି ନାଏକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2025 8:58AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ସରକାରଙ୍କ ମନ୍ତ୍ରୀ ଶ୍ରୀ ରବି ନାଏକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଶ୍ରୀ ନାଏକଙ୍କୁ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଉତ୍ସର୍ଗୀକୃତ ଜନସେବକ ଭାବରେ ମନେ ରଖାଯିବ, ଯିଏ ଗୋଆର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥିଲେ । ସେ ଆହୁରିମଧ୍ୟ କହିଛନ୍ତି ଯେ, ଶ୍ରୀ ନାଏକ ଦଳିତ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ସମର୍ପିତ ଥିଲେ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଗୋଆ ସରକାରଙ୍କ ମନ୍ତ୍ରୀ ଶ୍ରୀ ରବି ନାଏକଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କୁ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଉତ୍ସର୍ଗୀକୃତ ଜନସେବକ ଭାବରେ ମନେ ରଖାଯିବ, ଯିଏ ଗୋଆର ବିକାଶ ପଥକୁ ସମୃଦ୍ଧ କରିଥିଲେ । ସେ ଦଳିତ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ସର୍ବଦା ତତ୍ପର ଥିଲେ । ଏହି ଦୁଃଖଦ ସମୟରେ ମୋର ସମବେଦନା ତାଙ୍କ ପରିବାର ଏବଂ ସମର୍ଥକମାନଙ୍କ ସହିତ ରହିଛି । ଓମ୍ ଶାନ୍ତି !”

 

SR


(ରିଲିଜ ଆଡି: 2179884) ପରିଦର୍ଶକ କାଉଣ୍ଟର : 40