ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ବାର୍ତ୍ତା, ବନ୍ଧକ ମୁକ୍ତିକୁ ସ୍ୱାଗତ କରି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ
प्रविष्टि तिथि:
13 OCT 2025 7:19PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସଂକଳ୍ପର ପରିଣାମ ।
ଶ୍ରୀ ମୋଦୀ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ ମଧ୍ୟ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ଆମେ ସ୍ୱାଗତ କରୁଛୁ । ସେମାନଙ୍କ ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଟଳ ଶାନ୍ତି ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ସଂକଳ୍ପର ପ୍ରତୀକ । ଆମେ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ କରୁଛୁ ।”
@POTUS
@realDonaldTrump
@netanyahu”
SR
(रिलीज़ आईडी: 2179512)
आगंतुक पटल : 15
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam