ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଧନ -ଧାନ୍ୟ କୃଷି ଯୋଜନା ଅଧୀନରେ ସ୍ଥାନୀୟ ସ୍ତରରେ ପ୍ରାଣୀ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ ହେବ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ



ଉତ୍ତର - ପୂର୍ବାଞ୍ଚଳରେ ପ୍ରଥମ ପ୍ରାଣୀଧନ ଆଇଭିଏଫ୍ ଲ୍ୟାବ ପ୍ରତିଷ୍ଠା ; ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଦୁଗ୍ଧ ଏବଂ ଗୋଖାଦ୍ୟ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ

Posted On: 12 OCT 2025 12:26PM by PIB Bhubaneshwar

 

 

ଭାରତର ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରି, ୨୦୨୫ ଅକ୍ଟୋବର ୧୧ ତାରିଖରେ ନୂଆଦିଲ୍ଲୀରେ ୯୪୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରାଯାଇଥିଲା ଏବଂ ୨୧୯ କୋଟି ଟଙ୍କାର ଅତିରିକ୍ତ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ନିବେଶର ଏକ ବୃହତ ପ୍ୟାକେଜର ଅଂଶ ଭାବେ ଏହି ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ।

ଏହି ପ୍ରକଳ୍ପଗୁଡ଼ିକୁ ଦୁଇଟି ପ୍ରମୁଖ କୃଷି ଯୋଜନା - ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା (ପିଏମ୍ – ଡିଡିକେୱାଇ) ଏବଂ ଡାଲି ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା, ଯାହା ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ କୃଷି-ସମ୍ପର୍କିତ କ୍ଷେତ୍ରଗୁଡିକରେ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଧନ -ଧାନ୍ୟ କୃଷି ଯୋଜନା (ପିଏମ୍ – ଡିଡିକେୱାଇ) ଅଧୀନରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବାରେ ପଶୁପାଳନ, ମତ୍ସ୍ୟଚାଷ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆମ ପଶୁପାଳନ ଉପରେ ମଧ୍ୟ ଗୁରୁତ୍ଵ ପ୍ରଦାନ କରୁଛି । ପଶୁମାନଙ୍କୁ ପାଦ ଏବଂ ମୁଖ ରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ୧୨୫ କୋଟିରୁ ଅଧିକ ଟୀକା ମାଗଣାରେ ପ୍ରଦାନ କରାଯାଇଛି ଯାହା ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ। ଏହା ଯୋଗୁଁ ପଶୁମାନେ ସୁସ୍ଥ ହୋଇଛନ୍ତି ଏବଂ କୃଷକମାନଙ୍କ ଚିନ୍ତା ମଧ୍ୟ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଧନ - ଧାନ୍ୟ କୃଷି ଯୋଜନା ଅଧୀନରେ, ସ୍ଥାନୀୟ ସ୍ତରରେ ପଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଅଭିଯାନ ମଧ୍ୟ ଆରମ୍ଭ କରାଯିବ।” ପ୍ରଧାନମନ୍ତ୍ରୀ ଗ୍ରାମୀଣ ସମୃଦ୍ଧି ପାଇଁ ବିବିଧତାର ଅତ୍ୟନ୍ତ ଅବଶ୍ୟକତା ଉପରେ ଆହୁରି ଗୁରୁତ୍ୱାରୋପ କରି ସେ କହିଥିଲେ, “ଯେଉଁଠାରେ ଚାଷ ସମ୍ଭବ ନୁହେଁ, ସେଠାରେ ପଶୁପାଳନ ଏବଂ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବାକୁ ପଡିବ। କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ, ଆମ ସରକାର ସେମାନଙ୍କୁ ପାରମ୍ପରିକ ଚାଷ ବ୍ୟତୀତ ବିକଳ୍ପ ସୁବିଧା ପ୍ରଦାନ କରୁଛନ୍ତି। ତେଣୁ, ଅତିରିକ୍ତ ଆୟ ପାଇଁ ପଶୁପାଳନ, ମାଛ ଚାଷ ଏବଂ ମହୁମାଛି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଛୋଟ ଚାଷୀ ଏବଂ ଭୂମିହୀନ ପରିବାରକୁ ମଧ୍ୟ ସଶକ୍ତ କରିଥାଏ।”

ଆସାମର ଗୌହାଟୀରେ ପ୍ରତିଷ୍ଠିତ ଉତ୍ତର-ପୂର୍ବ କ୍ଷେତ୍ରର ପ୍ରଥମ ଆଇଭିଏଫ୍ ପ୍ରୟୋଗଶାଳାର ଉଦଘାଟନ ପ୍ରମୁଖ ଆକର୍ଷଣ ଥିଲା। ଏହି ଅତ୍ୟାଧୁନିକ ସୁବିଧା ଉତ୍ତର - ପୂର୍ବ ରାଜ୍ୟଗୁଡ଼ିକରେ ଦୁଗ୍ଧ କ୍ଷେତ୍ରର ବିକାଶ ଏବଂ ପ୍ରଜନନ ଉନ୍ନତି ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବ।

ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ (ଏନପିଡିଡି) ଅଧୀନରେ, ବହୁ ବଡ଼ ଧରଣର ଦୁଗ୍ଧ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଉଦଘାଟନ କରାଯାଇଥିଲା। ଏଥିରେ ମେହସାନା ଦୁଗ୍ଧ ସଂଘ ପ୍ରକଳ୍ପ ଅନ୍ତର୍ଭୁକ୍ତ, ଯେଉଁଥିରେ ୪୬୦ କୋଟି ଟଙ୍କା ବ୍ୟୟରେ ୧୨୦ ମେଟ୍ରିକ୍ ଟନ୍ ପ୍ରତିଦିନ କ୍ଷୀର ପାଉଡର ଉତ୍ପାଦିତ ହେଉଥିବା ପ୍ଲାଣ୍ଟ ଏବଂ ୪୬୦ କୋଟି ଟଙ୍କା ବ୍ୟୟରେ ବିକଶିତ ଦୈନିକ ୩.୫ ଲକ୍ଷ ଲିଟର ୟୁଏଚଟି ପ୍ଲାଣ୍ଟ ; ୭୬.୫୦ କୋଟି ଟଙ୍କା ବ୍ୟୟରେ ଇନ୍ଦୋର ଦୁଗ୍ଧ ସଂଘ ଦ୍ୱାରା ପ୍ରତିଷ୍ଠିତ ଦୈନିକ ୩୦ ଟନ୍ ଉତ୍ପାଦିତ ହେଉଥିବା କ୍ଷୀର ପାଉଡର ପ୍ଲାଣ୍ଟ; ୪୬.୮୨ କୋଟି ଟଙ୍କା ବ୍ୟୟରେ ଭିଲୱାରା ଦୁଗ୍ଧ ସଂଘ ଦ୍ୱାରା ସ୍ଥାପିତ ଦୈନିକ ୨୫୦୦୦ ଲିଟର ଉତ୍ପାଦିତ ହେଉଥିବା ୟୁଏଚଟି ପ୍ଲାଣ୍ଟ; ଏବଂ ୨୫.୪୫ କୋଟି ଟଙ୍କା ବ୍ୟୟରେ ତେଲେଙ୍ଗାନାର କରିମନଗରର ନୁସ୍ତୁଲାପୁରରେ ବିକଶିତ ଏକ ଗ୍ରୀନଫିଲ୍ଡ ଦୁଗ୍ଧ କାରଖାନା ଅନ୍ତର୍ଭୁକ୍ତ। ଦୁଗ୍ଧ ନେଟୱାର୍କକୁ ଆହୁରି ବିସ୍ତାର କରି, ଏନପିଡିଡି ଅଧୀନରେ ୨୧୮ କୋଟି ଟଙ୍କା ମୋଟ ନିବେଶ ସହିତ ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାର କୁପ୍ପମ୍ ମଣ୍ଡଳରେ ଏକ ସମନ୍ୱିତ ଦୁଗ୍ଧ କାରଖାନା ଏବଂ ୨୦୦ ଟିପିଡି ପଶୁଖାଦ୍ୟ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ) ଅଧୀନରେ, ବିଭିନ୍ନ ରାଜ୍ୟରେ ୩୦୩.୮୧ କୋଟି ଟଙ୍କାର ୧୦ ଟି ପ୍ରକଳ୍ପ ଉଦଘାଟିତ ହୋଇଛି, ଯାହା ଦେଶର ଖାଦ୍ୟ, କ୍ଷୀର ଏବଂ ପଶୁ ଉତ୍ପାଦ ପ୍ରକ୍ରିୟାକରଣ କ୍ଷମତାକୁ ସୁଦୃଢ଼ କରିଛି। ପ୍ରଜନନ ସେବାର ଶେଷ ମାଇଲ ବିତରଣକୁ ସୁଦୃଢ଼ କରିବା ପାଇଁ, ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରୁ ୨୦୦୦ ନୂତନ ତାଲିମପ୍ରାପ୍ତ ଏବଂ ସଜ୍ଜିତ ମୈତ୍ରୀ (ଗ୍ରାମୀଣ ଭାରତରେ ବହୁମୁଖୀ କୃତ୍ରିମ ଗର୍ଭଧାରଣ କରାଉଥିବା କୁଶଳୀ)ଙ୍କୁ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।  ଏହି କାର୍ଯ୍ୟକ୍ରମରେ ସାରା ଭାରତରେ ୩୮୦୦୦ ରୁ ଅଧିକ ମୈତ୍ରୀଙ୍କୁ ସାମିଲ କରାଯାଇଥିଲା, ଯାହା ଦେଶବ୍ୟାପୀ ପ୍ରାଣୀଧନର କୃତ୍ରିମ ଗର୍ଭଧାରଣ କଭରେଜ ଏବଂ ଜେନେଟିକ୍ ଉନ୍ନତିକରଣରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ପ୍ରତିନିଧିତ୍ୱ କରେ।

ଏହି ପଦକ୍ଷେପଗୁଡ଼ିକ କୃଷି ସହଯୋଗୀ କ୍ଷେତ୍ରଗୁଡ଼ିକର ସମନ୍ୱିତ ଏବଂ ସ୍ଥାୟୀ ବିକାଶ ମାଧ୍ୟମରେ ଚାଷୀଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଯାହା ସମସ୍ତଙ୍କ ପାଇଁ ଆର୍ଥିକ ସୁରକ୍ଷା ଏବଂ ପୁଷ୍ଟିକର କଲ୍ୟାଣ ସୁନିଶ୍ଚିତ କରେ।

 

***

 

SSP

 


(Release ID: 2178221) Visitor Counter : 3