ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 12 OCT 2025 9:13AM by PIB Bhubaneshwar

 

ସେଚେଲ୍ସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ମହାସାଗର ଜଳ ଏକ ସହଭାଗୀ ଐତିହ୍ୟ ଯାହା ଉଭୟ ଦେଶର ଲୋକଙ୍କୁ ସଂଯୋଗ କରିବା ସହ ସେମାନଙ୍କର ଆକାଂକ୍ଷା ଏବଂ ଆବଶ୍ୟକତାକୁ ସମର୍ଥନ କରେ ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଡକ୍ଟର ହର୍ମିନିଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ସେସଲ୍ସ ମଧ୍ୟରେ ସମୟ ପରୀକ୍ଷିତ ଏବଂ ବହୁମୁଖୀ ସମ୍ପର୍କ ଆହୁରି ଗଭୀର ହେବା ସହିତ ଦ୍ରୁତ ଗତିରେ ଅଗ୍ରଗତି କରିବ

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ସେଚେଲ୍ସ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ ମହାସାଗରର ଜଳ ଆମର ସହଭାଗୀ ଐତିହ୍ୟ ଏବଂ ଆମ ଲୋକଙ୍କ ଆକାଂକ୍ଷା ଏବଂ ଆବଶ୍ୟକତାକୁ ପୋଷଣ କରେ। ମୁଁ ନିଶ୍ଚିତ ଯେ, ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ, ଆମର ସମୟ-ପରୀକ୍ଷିତ ଏବଂ ବହୁମୁଖୀ ସମ୍ପର୍କ ଆହୁରି ଗଭୀର ହେବ । ତାଙ୍କ ଆଗାମୀ କାର୍ଯ୍ୟକାଳ ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି।”

 

 

SR


(रिलीज़ आईडी: 2178096) आगंतुक पटल : 21
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam