ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ର୍ରଧାନମନ୍ତ୍ରୀ
Posted On:
02 OCT 2025 8:55AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଭାରତୀୟ କଳା ଏବଂ ସଂସ୍କୃତିର ଆଜୀବନ ଉପାସକ ବୋଲି କହିଛନ୍ତି ।
ପଣ୍ଡିତ ଜୀ ବନାରସ ଘରାନାର ପ୍ରମୁଖ ସଙ୍ଗୀତକାରମାନଙ୍କ ମଧ୍ୟରେ ଜଣେ ଥିଲେ । ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏପରି ଏକ ଶାଖା ଥିଲେ ଯିଏ କାଶୀର ପରମ୍ପରା ସହ ଗଭୀର ଭାବରେ ଜଡିତ ଥିଲେ । ତାଙ୍କର ସଙ୍ଗୀତ ପରିବେଷଣରେ ସହରର ସଙ୍ଗୀତ ଐତିହ୍ୟ ସମାହିତ ଥିଲା । ସେ କାଶୀର ଅଗଣିତ ଛାତ୍ରଙ୍କର ମାର୍ଗ ଦର୍ଶନ କରିଥିଲେ, ସହରର ସଙ୍ଗୀତ ପରମ୍ପରାର ସଂରକ୍ଷର ଏବଂ ପ୍ରସାରଣ ସୁନିଶ୍ଚିତ କରିଥିଲେ, ବାରଣାସୀରେ ତାଙ୍କ ଘରକୁ ଶିକ୍ଷା, ଭକ୍ତି ଏବଂ କଳାତ୍ମକ ଉତ୍କର୍ଷତାର କେନ୍ଦ୍ରରେ ପରିଣତ କରିଥିଲେ ।
ପ୍ରଧାନମନ୍ତ୍ରୀ ପଣ୍ଡିତ ଜୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇ ତାଙ୍କ ଆଶୀର୍ବାଦ ଏବଂ ସମର୍ଥନ ପାଇବାର ସୌଭାଗ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ବିଶେଷକରି ୨୦୧୪ ଲୋକସଭା ନିର୍ବାଚନ ସମୟରେ ଯେତେବେଳେ ପଣ୍ଡିତ ଜୀ ବାରଣାସୀ ନିର୍ବଚାନମଣ୍ଡଳୀରୁ ତାଙ୍କର ପ୍ରସ୍ତାବକ ଭାବରେ କାର୍ଯ୍ୟ କରିଥିଲେ । ଏହା ସହର ଏବଂ ଏହାର ବିକଶିତ ଐତିହ୍ୟ ପ୍ରତି ତାଙ୍କର ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାର ପ୍ରତୀକ ଥିଲା ।
ଶ୍ରୀ ମୋଦୀ ପ୍ରାୟତଃ ପଣ୍ଡିତ ଜୀଙ୍କ ସ୍ନେହ ଏବଂ ଆର୍ଶୀବାଦ ବିଷୟରେ କହିବା ସହ ଏହା ତାଙ୍କ ପାଇଁ ବ୍ୟକ୍ତିଗତ ସୌଭାଗ୍ୟ ଭାବରେ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ସମ୍ପର୍କ ଭାରତର ଶାସ୍ତ୍ରୀୟ ପରମ୍ପରା, ଆଧ୍ୟାତ୍ମିକ ଗଭୀରତା ଏବଂ ସଂସ୍କୃତିର ପରିବର୍ତ୍ତନକାରୀ ଶକ୍ତି ପ୍ରତି ଶ୍ରଦ୍ଧାକୁ ପ୍ରତିଫଳିତ କରେ ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କୁ ୨୦୨୦ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା ।
ଶ୍ରୀ ମୋଦୀ କହିଥିଲେ ଯେ, ପଣ୍ଡିତ ଜୀଙ୍କ ଐତିହ୍ୟ ସଙ୍ଗୀତଜ୍ଞ, କଳାକାର ଏବଂ ସଂସ୍କୃତି ପ୍ରତି ଉତ୍ସାହୀ ପିଢ଼ିକୁ ପ୍ରେରିତ କରୁଥିବ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ବିଶିଷ୍ଟ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଭାରତୀୟ କଳା ଏବଂ ସଂସ୍କୃତିର ସମୃଦ୍ଧି ପାଇଁ ସମର୍ପିତ ଥିଲେ । ସେ ଶାସ୍ତ୍ରୀୟ ସଙ୍ଗୀତକୁ ଘରେ ଘରେ ପରିଚିତ କରାଇବା ସହ ଭାରତୀୟ ପରମ୍ପରାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ମଧ୍ୟ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥିଲେ । ଏହା ମୋର ସୌଭାଗ୍ୟ ଯେ, ମୋତେ ସର୍ବଦା ତାଙ୍କର ସ୍ନେହ ଏବଂ ଆର୍ଶୀବାଦ ମିଳୁଥିଲା । ୨୦୧୪ରେ ବାରଣାସୀ ଆସନରୁ ମୋର ପ୍ରାସ୍ତାବକ ମଧ୍ୟ ଥିଲେ । ଏହି ଦୁଃଖ ସମୟରେ ତାଙ୍କର ଆତ୍ମୀୟସ୍ୱଜନ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଓମ୍ ଶାନ୍ତି !”
SR
(Release ID: 2175746)
Visitor Counter : 2
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam