ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେପାଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2025 4:20PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଜୀବନହାନି ଏବଂ ବ୍ୟାପକ କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି କଠିନ ସମୟରେ ନେପାଳର ଜନସାଧାରଣ ଏବଂ ସରକାର ପ୍ରତି ଭାରତର ଦୃଢ଼ ସମର୍ଥନକୁ ସେ ଦୋହରାଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ସଙ୍କଟ ସମୟରେ ଜଣେ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ଏବଂ ପ୍ରଥମ ପ୍ରତିକ୍ରିୟାଶୀଳ ରାଷ୍ଟ୍ର ଭାବେ ଭାରତର ଭୂମିକାକୁ ରେଖାଙ୍କିତ କରିଥିଲେ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

"ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଜୀବନହାନି ଏବଂ କ୍ଷୟକ୍ଷତି ଅତ୍ୟନ୍ତ ଦୁଃଖଦାୟକ । ଏହି କଠିନ ସମୟରେ ଆମେ ନେପାଳର ଜନସାଧାରଣ ଏବଂ ସରକାରଙ୍କ ସହିତ ଛିଡା ହୋଇଛୁ । ଜଣେ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ଏବଂ ପ୍ରଥମ ପ୍ରତିକ୍ରିୟାଶୀଳ ଭାବେ, ଆବଶ୍ୟକ ହେଉଥିବା ଯେକୌଣସି ସହାୟତା ପ୍ରଦାନ କରିବା ଲାଗି ଭାରତ ପ୍ରତିବଦ୍ଧ ରହିଛି ।’’

HS


(ରିଲିଜ ଆଡି: 2175190) ପରିଦର୍ଶକ କାଉଣ୍ଟର : 29