ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ସି ରାଜଗୋପାଳଚାରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2024 4:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସି. ରାଜଗୋପାଳଚାରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରି କହିଛନ୍ତି ଯେ ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ, ଯିଏକି ଶାସନ, ସାହିତ୍ୟ ଏବଂ ସାମାଜିକ ସଶକ୍ତିକରଣ ଉପରେ ଦୃଢ଼ ପ୍ରଭାବ ପକାଇଥିଲେ।
ଏକ୍ସ ଉପରେ ଏକ ପୋଷ୍ଟରେ ସେ କହିଛନ୍ତି :
"ଶ୍ରୀ ସି ରାଜଗୋପାଳଚାରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସମୃଦ୍ଧ ଅବଦାନ ଏବଂ ଭାରତର ପ୍ରଗତି ପାଇଁ ତାଙ୍କର ପ୍ରୟାସ ପାଇଁ ତାଙ୍କୁ ସ୍ମରଣ କରାଯାଏ । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ, ଯିଏକି ଶାସନ, ସାହିତ୍ୟ ଏବଂ ସାମାଜିକ ସଶକ୍ତିକରଣ ଉପରେ ଦୃଢ଼ ପ୍ରଭାବ ପକାଇଥିଲେ । ରାଜାଜୀଙ୍କ ନୀତି ଆମକୁ ପ୍ରତ୍ୟେକ ଭାରତୀୟଙ୍କୁ ମର୍ଯ୍ୟାଦା ଏବଂ ସମୃଦ୍ଧିର ଜୀବନ ସୁନିଶ୍ଚିତ କରିବାକୁ ପ୍ରେରଣା ଦେଇଥାଏ

HS


(ରିଲିଜ ଆଡି: 2173104) ପରିଦର୍ଶକ କାଉଣ୍ଟର : 20