ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଧ୍ୟପ୍ରଦେଶ ସାଗରରେ କାନ୍ଥ ଭୁଶୁଡ଼ି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ଅନୁକମ୍ପା ରାଶି ଘୋଷଣା
प्रविष्टि तिथि:
04 AUG 2024 6:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କାନ୍ଥ ଭୁଶୁଡ଼ି ନଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦି ଦୁର୍ଘଟଣାରେ ମୃତ ପ୍ରତ୍ୟେକଙ୍କ ନିକଟତମ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପିଲାମାନଙ୍କ ଶୋକସନ୍ତପ୍ତ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି।
ପ୍ରଧାନମନ୍ତ୍ରୀ Xରେ ଏକ ପୋଷ୍ଟ କରିଛନ୍ତି:
ମଧ୍ୟପ୍ରଦେଶର ସାଗରରେ ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।
ମଧ୍ୟପ୍ରଦେଶର ସାଗରରେ କାନ୍ଥ ଭୁଶୁଡ଼ିବା ଦୁର୍ଘଟଣା ହୃଦୟ ବିଦାରକ। ଏହି ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଭଗବାନ ସେମାନଙ୍କୁ ଏହି ଯନ୍ତ୍ରଣା ସହ୍ୟ କରିବାର ଶକ୍ତି ଦିଅନ୍ତୁ। ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ
Sws
(रिलीज़ आईडी: 2173055)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Hindi_MP
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam