ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 SEP 2025 9:26AM by PIB Bhubaneswar

ଜିଏସଟି ବଚତ ଉତ୍ସବ ସହିତ ସ୍ୱଦେଶୀ ମନ୍ତ୍ରକୁ ନୂତନ ଶକ୍ତି ମିଳିବ: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷ ନବରାତ୍ରୀର ଅବସର ବହୁତ ସ୍ୱତନ୍ତ୍ର । “ଏହି ଅବସରରେ ଜିଏସଟି ବଚତ ଉତ୍ସବ ଯୋଗୁଁ ସ୍ୱଦେଶୀ ମନ୍ତ୍ରକୁ ଏକ ନୂତନ ଶକ୍ତି ମିଳିବ । ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଚାଲନ୍ତୁ ସମସ୍ତେ ସାମୂହିକ ପ୍ରଚଷ୍ଟା ଜାରି ରଖିବା ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆପଣ ସମସ୍ତଙ୍କୁ ନବରାତ୍ରୀର ଅନେକ ଅନେକ ଶୁଭକାମନା । ସାହସ, ସଂଯମ, ଭକ୍ତିଭାବରେ ଭରା ଏହି ପବିତ୍ର ପର୍ବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଶକ୍ତି ଏବଂ ନୂଆ ବିଶ୍ୱାସ ନେଇ ଆସୁ । ଜୟ ମାତା ଦୀ” ।

“ଚଳିତ ବର୍ଷ ନବରାତ୍ରୀର ଏହି ଶୁଭ ଅବସର ବହୁତ ସ୍ୱତନ୍ତ୍ର । ଜିଏସଟି ବଚତ ଉତ୍ସବ ସହିତ ସ୍ୱଦେଶୀ ମନ୍ତ୍ରକୁ ଏକ ନୂତନ ଶକ୍ତି ମିଳିବ । ଆସନ୍ତୁ ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର କରିବା ପାଇଁ ସାମୂହିକ ପ୍ରଚେଷ୍ଟା ଜାରି ରଖିବା ।”

SR


(ରିଲିଜ ଆଡି: 2169872) ପରିଦର୍ଶକ କାଉଣ୍ଟର : 41