ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱସ୍ତରରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃଦ୍ଧି ପାଉଥିବା ସ୍ବୀକୃତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
27 JUN 2024 3:03PM by PIB Bhubaneswar
ବିଶ୍ୱ ସ୍ତରରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃଦ୍ଧି ପାଉଥିବା ସ୍ଵୀକୃତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗୁଣାତ୍ମକ ଶିକ୍ଷା ଏବଂ ଅଭିବୃଦ୍ଧି ତଥା ନବସୃଜନ ପାଇଁ ସୁଯୋଗ ପ୍ରଦାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
ଟାଇମ୍ସ ହାୟର ଏଜୁକେସନ୍ର ମୁଖ୍ୟ ବିଶ୍ୱସ୍ତରୀୟ ବ୍ୟାପାର ଅଧିକାରୀ ଶ୍ରୀ ଫିଲ୍ ବୈଟିଙ୍କ ଦ୍ୱାରା 'ଏକ୍ସ "ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
" ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱ ସ୍ତରରେ ଅଗ୍ରଗତି କରୁଥିବାର ଦେଖି ବହୁତ ଭଲ ଲାଗୁଛି! ଗୁଣାତ୍ମକ ଶିକ୍ଷା ପ୍ରତି ଆମର ପ୍ରତିବଦ୍ଧତା ଉତ୍ସାହଜନକ ଫଳାଫଳ ଦେଉଛି ଆମେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକୁ ସମର୍ଥନ ଜାରି ରଖିବୁ ଏବଂ ଅଭିବୃଦ୍ଧି ତଥା ନବସୃଜନ ପାଇଁ ସୁଯୋଗ ପ୍ରଦାନ କରିବୁ ଏହା ଆମ ଯୁବକମାନଙ୍କୁ ବହୁତ ସାହାଯ୍ୟ କରିବ ।“
*****
NS/SLP
(ରିଲିଜ ଆଡି: 2169392)
ପରିଦର୍ଶକ କାଉଣ୍ଟର : 17
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Hindi_MP
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam