ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2025 1:47PM by PIB Bhubaneswar

ଆପଣଙ୍କୁ ସାକ୍ଷାତ କରି ବହୁତ ଖୁସି ଲାଗୁଛି ଏବଂ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ, ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଆମକୁ ଅନେକ ପ୍ରସଙ୍ଗରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଥାଏ ।

 

ଆମେ ନିରନ୍ତର ଯୋଗାଯୋଗରେ ରହିଛୁ । ନିୟମିତ ଭାବରେ ଉଭୟ ପକ୍ଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଚଳିତ ବର୍ଷ ଡିସେମ୍ବରରେ ଆମର ୨୩ତମ ଶିଖର ସମ୍ମିଳନୀ ପାଇଁ ୧.୪ କୋଟି ଭାରତୀୟ ଆପଣଙ୍କୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

 

ମହାମହିମ,

ଏହା ଆମର ସ୍ୱତନ୍ତ୍ର ଏବଂ ସୁବିଧାସମ୍ପନ୍ନ ରଣନୈତିକ ସହଭାଗୀର ଗଭୀରତା ଏବଂ ବ୍ୟାପକତାର ପ୍ରତୀକ । ଭାରତ ଏବଂ ରୁଷ ସର୍ବଦା ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି । ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ, ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।

 

ମହାମହିମ,

ଆମେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରିଆସୁଛୁ । ଆମେ ସମସ୍ତ ସାମ୍ପ୍ରତିକ ଶାନ୍ତି ପ୍ରୟାସକୁ ସ୍ୱାଗତ କରୁଛୁ । ଆମେ ଆଶା କରୁଛୁ ଯେ, ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ । ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉପାୟ ଖୋଜାଯିବା ଆବଶ୍ୟକ। ଏହା ସମଗ୍ର ମାନବତାର ଆହ୍ୱାନ ।

 

ମହାମହିମ,

ପୁଣି ଥରେ ମୁଁ ଆପଣଙ୍କୁ ହୃଦୟରୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି ।

 

*****

MT

 


(ରିଲିଜ ଆଡି: 2162874) ପରିଦର୍ଶକ କାଉଣ୍ଟର : 33