ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

କ୍ୟାବିନେଟ୍ ହାଇବ୍ରିଡ୍ ଆନୁଇଟି ମୋଡ୍‌ରେ ୧୮୭୮.୩୧ କୋଟି ଟଙ୍କା ବ୍ୟୟରେ ପଞ୍ଜାବ ଏବଂ ହରିୟାଣାରେ ୧୯.୨ କିଲୋମିଟର ଲମ୍ବ ୬ ଲେନ୍ ପ୍ରବେଶ ନିୟନ୍ତ୍ରିତ ରାସ୍ତା ନିର୍ମାଣକୁ ମଞ୍ଜୁରୀ ଦେଇଛି

Posted On: 09 APR 2025 3:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ହାଇବ୍ରିଡ୍ ଆନୁଇଟି ମୋଡ୍‌ରେ NH(O) ଅଧୀନରେ NH-7(ଜିରକପୁର-ପଟିଆଲା) ସହିତ ଜଙ୍କସନ୍‌ରୁ ଆରମ୍ଭ ହୋଇ NH-5 (ଜିରକପୁର-ପରୱାନୁ) ସହିତ ଜଙ୍କସନ୍‌ରେ ଶେଷ ହେଉଥିବା ୬ ଲେନ୍ ଜିରକପୁର ବାଇପାସ୍ ନିର୍ମାଣକୁ ଅନୁମୋଦନ କରିଛି । ଯାହା ପ୍ରଧାନମନ୍ତ୍ରୀଙ୍କ  ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନୀତି ଅନୁଯାୟୀ ସମନ୍ୱିତ ପରିବହନ ଭିତ୍ତିଭୂମି ବିକାଶକୁ ସହଜ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ପ୍ରକଳ୍ପର ମୋଟ ପୁଞ୍ଜି ମୂଲ୍ୟ ୧୮୭୮.୩୧ କୋଟି ଟଙ୍କା।

ଜିରକପୁର ବାଇପାସ୍ ଜିରକପୁରରେ  NH-7 (ଚଣ୍ଡିଗଡ଼-ବଠିଣ୍ଡା) ସହିତ ଜଙ୍କସନରୁ ଆରମ୍ଭ ହୋଇ ପଞ୍ଜାବ ସରକାରଙ୍କ ମାଷ୍ଟର ପ୍ଲାନକୁ ଅନୁସରଣ କରି ହରିୟାଣାର ପଞ୍ଚକୁଲାରେ NH-5 (ଜିରକପୁର-ପରୱାନୁ) ସହିତ ଜଙ୍କସନରେ ଶେଷ ହୁଏ। ଏହା ଦ୍ୱାରା  ପଞ୍ଜାବର ଜିରକପୁର ଏବଂ ହରିୟାଣାର ପଞ୍ଚକୁଲାର ଅତ୍ୟଧିକ ସହରୀକରଣ ଓ ଯାତ୍ରୀସଂଖ୍ୟା  ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ।

 

ପ୍ରକଳ୍ପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପଟିଆଲା, ଦିଲ୍ଲୀ, ମୋହାଲି ଏରୋସିଟିରୁ ଟ୍ରାଫିକକୁ ସ୍ଥାନାନ୍ତର କରି ହିମାଚଳ ପ୍ରଦେଶକୁ ସିଧାସଳଖ ସଂଯୋଗ ଯୋଗାଇ ଜିରକପୁର, ପଞ୍ଚକୁଲା ଏବଂ ଆଖପାଖ ଅଞ୍ଚଳରେ ଭିଡ଼କୁ ହ୍ରାସ କରିବା । ବର୍ତ୍ତମାନର ପ୍ରସ୍ତାବର ଲକ୍ଷ୍ୟ ହେଉଛି NH-7, NH-5 ଏବଂ NH-152 ର ଭିଡ଼ ସହରାଞ୍ଚଳ ଅଂଶରେ ଯାତ୍ରା ସମୟ ହ୍ରାସ କରିବା ଏବଂ ଅସୁବିଧାମୁକ୍ତ ଟ୍ରାଫିକ୍ ଗତି ସୁନିଶ୍ଚିତ କରିବା।

 

ସରକାର ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ମୋହାଲି ସହରାଞ୍ଚଳର ଭିଡ଼ ହ୍ରାସ କରିବା ସହିତ ରାସ୍ତା ନେଟୱାର୍କ ବିକାଶ କରିଛନ୍ତି ଯାହା ମାନଚିତ୍ରରେ ସୂଚିତ ହୋଇଥିବା ପରି ରିଙ୍ଗ ରୋଡର ରୂପ ନେବ। ଜିରକପୁର ବାଇପାସ୍ ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

 

***

SPD


(Release ID: 2160021) Visitor Counter : 3