ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ-ମାଳଦ୍ୱୀପ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ତମ ବାର୍ଷିକୀ ଅବସରରେ ସ୍ମାରକୀ ଡାକ ଟିକେଟ ପ୍ରଚଳନ

प्रविष्टि तिथि: 25 JUL 2025 9:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁ ଭାରତ-ମାଳଦ୍ୱୀପ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ତମ ବାର୍ଷିକୀ ଅବସରରେ ସ୍ମାରକୀ ଡାକଟିକଟ ପ୍ରଚଳନ କରିଛନ୍ତି

 

ଉଭୟ ଦେଶ ମଧ୍ୟରେ ପୁରୁଣା ଦ୍ୱିପାକ୍ଷିକ ସମ୍ପର୍କକୁ ଉଜ୍ଜୀବିତ କରି, ସ୍ମାରକୀ ଡାକଟିକଟରେ ଭାରତୀୟ ଡଙ୍ଗା ‘ଊରୁ’, ଯାହା କେରଳର ବେପୋରର ଐତିହାସିକ ନୌକା କାରଖାନାରେ ହସ୍ତଶିଳ୍ପ ନିର୍ମିତ ଏକ ବଡ଼ କାଠ ଡଙ୍ଗା ଏବଂ ପାରମ୍ପରିକ ମାଳଦ୍ୱୀପର ମାଛ ଧରିବା ଡଙ୍ଗା – ‘ଭାଦୁ ଧୋନି’କୁ ଚିତ୍ରଣ କରାଯାଇଛି ଏହି ଡଙ୍ଗାଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ଭାରତ ମହାସାଗର ବାଣିଜ୍ୟର ଏକ ଅଂଶ ହୋଇଆସିଛି ପାରମ୍ପରିକ ମାଳଦ୍ୱୀପ ମାଛ ଧରିବା ଡଙ୍ଗା – ‘ଭାଦୁ ଧୋନି’ – ପାହାଡ଼ିଆ ଏବଂ ସମୁଦ୍ରତଟୀୟ ମାଛଧରାରେ ବ୍ୟବହୃତ ହୁଏ ଏହା ମାଳଦ୍ୱୀପର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଦ୍ୱୀପ ଜୀବନ ଏବଂ ସମୁଦ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ଚିତ୍ରଣ କରେ

 

ଭାରତ ୧୯୬୫ ମସିହାରେ ସ୍ୱାଧୀନତା ପରେ ମାଳଦ୍ୱୀପ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିବା ପ୍ରଥମ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଥିଲା ସ୍ମାରକୀ ଡାକଟିକଟ ପ୍ରଚଳନ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କର ପ୍ରତୀକ

 

*****

MT

 


(रिलीज़ आईडी: 2159294) आगंतुक पटल : 36
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam