ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ 21 ଏବଂ 22 ଫେବୃଆରୀରେ ଏସଓୟୁଏଲ୍ ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବା ପାଇଁ ମୁଁ ସ୍କୁଲ ଅଫ୍ ଅଲଟିମେଟ୍ ଲିଡରସିପ୍କୁ ପ୍ରଶଂସା କରୁଛି, ଏହି ମଞ୍ଚ ନେତୃତ୍ୱ ସହିତ ଜଡିତ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଜୀବନର ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଏକାଠି କରିଥାଏ : ପ୍ରଧାନମନ୍ତ୍ରୀ

प्रविष्टि तिथि: 18 FEB 2025 8:45PM by PIB Bhubaneswar

18. 02. 2025   : ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ 21 ଫେବୃଆରୀ 2025 ରେ ନୂଆଦିଲ୍ଲୀରେ ଏସଓୟୁଏଲ୍ (ସ୍କୁଲ୍ ଅଫ୍ ଅଲଟିମେଟ୍ ଲିଡରସିପ୍) ନେତୃତ୍ୱ ସମ୍ମିଳନୀରେ ଯୋଗଦେବେ। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ମଞ୍ଚ ନେତୃତ୍ୱ ସହିତ ଜଡିତ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଜୀବନର ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଏକାଠି କରିଥାଏ। ବକ୍ତାମାନେ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ସେମାନଙ୍କର ପ୍ରେରଣାଦାୟକ ଜୀବନ ଯାତ୍ରା ଏବଂ ଦୃଷ୍ଟିକୋଣ ବାଣ୍ଟିବେ, ଯାହା ବିଶେଷ କରି ଯୁବ ଦର୍ଶକଙ୍କ ସହିତ ଜଡିତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶ୍ରୀ ମୋଦୀ X ରେ ଲେଖିଛନ୍ତି ;

"ନୂଆଦିଲ୍ଲୀରେ ଫେବୃଆରୀ 21 ଏବଂ 22  ତାରିରେ ଏସଓୟୁଏଲ୍ ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବା ପାଇଁ ମୁଁ ସ୍କୁଲ ଅଫ୍ ଅଲଟିମେଟ୍ ଲିଡରସିପ୍ କୁ ପ୍ରଶଂସା କରୁଛି। ଏହି ଫୋରମ୍ ନେତୃତ୍ୱ ସହିତ ଜଡିତ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଜୀବନର ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଏକାଠି କରିଥାଏ। ବକ୍ତାମାନେ ସେମାନଙ୍କର ପ୍ରେରଣାଦାୟକ ଜୀବନ ଯାତ୍ରା ଏବଂ ପ୍ରମୁଖ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ବାଣ୍ଟିବେ, ଯାହା ବିଶେଷ କରି ଯୁବ ଦର୍ଶକଙ୍କ ସହିତ ଯୋଡ଼ି ହେବ।

ମୁଁ ମଧ୍ୟ ୨୧ ଫେବୃଆରୀ, ଶୁକ୍ରବାର ଦିନ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବି।

***

SSP


(रिलीज़ आईडी: 2158961) आगंतुक पटल : 22
इस विज्ञप्ति को इन भाषाओं में पढ़ें: Malayalam , Gujarati , Assamese , English , Urdu , Marathi , हिन्दी , Manipuri , Bengali , Punjabi , Tamil , Telugu , Kannada