ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦ୍ମ ପୁରସ୍କାର ବିଜେତା ଏବଂ ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀ ଡକ୍ଟର କେ. ଏସ୍‌. ମଣିଲାଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 01 JAN 2025 10:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ପୁରସ୍କାର ବିଜେତା ଏବଂ ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀ ଡକ୍ଟର କେ. ଏସ୍‌. ମଣିଲାଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ପଦ୍ମ ପୁରସ୍କାର ବିଜେତା ଏବଂ ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀ ଡକ୍ଟର କେ. ଏସ. ମଣିଲାଲଙ୍କ ବିୟୋଗରେ ମୁଁ ଦୁଃଖିତ । ଉଦ୍ଭିଦ ବିଜ୍ଞାନରେ ତାଙ୍କର ସମୃଦ୍ଧ କାର୍ଯ୍ୟ ଆଗାମୀ ପୀଢ଼ି, ଉଦ୍ଭିଦ ବିଜ୍ଞାନୀ ଏବଂ ଗବେଷକଙ୍କ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିବ । ସେ କେରଳର ଇତିହାସ ଏବଂ ସଂସ୍କୃତି ପ୍ରତି ସମାନ ଭାବରେ ଆଗ୍ରହୀ ଥିଲେ । ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ମୋର ସମବେଦନା ରହିଛି । ଓମ୍ ଶାନ୍ତି!”

 

SR


(Release ID: 2158832) Visitor Counter : 3