ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶର ଉପରାଷ୍ଟ୍ରପତି ପଦବୀ ଲାଗି ଏନଡିଏ ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
Posted On:
17 AUG 2025 8:54PM by PIB Bhubaneshwar
ଦେଶର ଉପରାଷ୍ଟ୍ରପତି ପଦବୀ ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ଭାବେ ତିରୁ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
ଏକ୍ସରେ ଗୋଟିଏ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:
‘‘ଦୀର୍ଘ ଦିନର ସାର୍ବଜନୀନ ଜୀବନରେ ତିରୁ ସି.ପି ରାଧାକୃଷ୍ଣନ ନିଜର ସମର୍ପଣ, ବିନମ୍ରତା ଏବଂ ବୁଦ୍ଧିମତା ବଳରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଭିନ୍ନ ପଦପଦବୀରେ ରହି ସେ ସବୁବେଳେ ସମାଜ ସେବା ଏବଂ ବଞ୍ଚିତ ଲୋକଙ୍କ ସଶକ୍ତିକରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେ ତାମିଲନାଡ଼ୁରେ ତୃଣମୂଳ ସ୍ତରରେ ବ୍ୟାପକ କାର୍ଯ୍ୟ କରିଛନ୍ତି। ଏନଡିଏ ପରିବାର ଆମ ମେଣ୍ଟର ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ରୂପେ ତାଙ୍କୁ ମନୋନିତ କରିବାକୁ ନିଷ୍ପତ୍ତି ନେବା ମୋ ପାଇଁ ଖୁସିର ବିଷୟ।’’
‘‘ତିରୁ ସି.ପି ରାଧାକୃଷ୍ଣନ ଜୀଙ୍କର ସାଂସଦ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବରେ ଯଥେଷ୍ଟ ଅଭିଜ୍ଞତା ରହିଛି। ତାଙ୍କର ସଂସଦୀୟ ହସ୍ତକ୍ଷେପ ସର୍ବଦା ପ୍ରଭାବଶାଳୀ ରହିଆସିଛି। ତାଙ୍କର ରାଜ୍ୟପାଳ କାର୍ଯ୍ୟକାଳ ମଧ୍ୟରେ, ସେ ସାଧାରଣ ନାଗରିକମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଉପରେ ଧ୍ୟାନ ଦେଇଥିଲେ। ଏହିସବୁ ଅଭିଜ୍ଞତା ବିଧାନପାଳିକା ଏବଂ ସାମ୍ବିଧାନିକ ବ୍ୟାପାରରେ ତାଙ୍କର ବ୍ୟାପକ ଜ୍ଞାନ ସୁନିଶ୍ଚିତ କରିଛି। ସେ ଜଣେ ପ୍ରେରଣାଦାୟୀ ଉପରାଷ୍ଟ୍ରପତି ହୋଇପାରିବେ ବୋଲି ମୋର ବିଶ୍ୱାସ ରହିଛି।’’
********
P.S
(Release ID: 2157351)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam