ସଂସ୍କୃତି ମନ୍ତ୍ରଣାଳୟ
azadi ka amrit mahotsav

ଭାରତ ପାଳିଲା ହର ଘର ତ୍ରିରଙ୍ଗା, ୭.୫୦ କୋଟି ସେଲଫି ଅପଲୋଡ ହେଲା

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2025 10:15PM by PIB Bhubaneshwar

 

ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

 

ହର ଘର ତ୍ରିରଙ୍ଗା ଅଭିଯାନରେ . କୋଟିରୁ ଅଧିକ ସ୍ୱଚ୍ଛ ସୁଜଳ ଗାଁ ସାମିଲ

 

ପରିମଳ ପାନୀୟ ଜଳ ବିଭାଗ ଏବଂ ଜଳଶକ୍ତି ସଂସ୍କୃତି ମନ୍ତ୍ରଣାଳୟର ମିଳିତ ହର ଘର ସ୍ୱଚ୍ଛତା ଅଭିଯାନ

 

ନାଗରିକ ଦାୟିତ୍ୱବୋଧତା, ପରିବେଶ ନେତୃତ୍ୱ ଜାତୀୟତା ମୂଲ୍ୟବୋଧର ପ୍ରତିଷ୍ଠା

 

ସ୍ୱେଚ୍ଛାକୃତ କାର୍ଯ୍ୟକଳାପ ମାଧ୍ୟମରେ ଲୋକଙ୍କ ପାଖରେ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

 

ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଏହି ଜାତୀୟସ୍ତରୀୟ ଅଭିଯାନର ଚତୁର୍ଥ ସଂସ୍କରଣ ଥିଲା ଘରକୁ ତ୍ରିରଙ୍ଗା ଆଣିବା, ଏହା ସହ ପ୍ରତ୍ୟକ୍ଷ ଯୋଡି ହେବା ଓ ଏହାକୁ ସମ୍ମାନ ଜଣାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ଆମ ପରିଚୟ, ସ୍ୱାଧୀନତା ଏକତାର ଦ୍ୟୋତକ ହେଉଛି ଏହି ତ୍ରିରଙ୍ଗା ଅଭିଯାନ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ୨୦୨୨ରେ ଏହାକୁ ଶୁଭାରମ୍ଭ କରାଯାଇଥିଲା ଭାରତୀୟ ପ୍ରବାସୀଙ୍କ ଭାଗିଦାରୀରେ ଏହି ଅଭିଯାନ ଏବେ ବଳିଷ୍ଠ ହୋଇଛି ଜଳ, ସ୍ଥଳ ଆକାଶରେ ତ୍ରିରଙ୍ଗାକୁ ଉଡେଇ ସମସ୍ତଙ୍କ ଭିତରେ ଏହି ଅଭିଯାନ ଦ୍ୱାରା ଦେଶପ୍ରେମ ଜାଗ୍ରତ କରାଯାଇ ପାରୁଛି

ଚଳିତ ବର୍ଷ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଛି ସଶସ୍ତ୍ର ସେନା ପୋଲିସମାନଙ୍କ ପ୍ରତି କୃତଜ୍ଞତା, ସ୍ୱେଚ୍ଛାସେବା, ସଫେଇ ଅଭିଯାନ ଉପରେ ଆଲୋକପାତ କରିବା ଚଳିତବର୍ଷର ଥିମ ଥିଲା

ତ୍ରିରଙ୍ଗା ସ୍ୱେଚ୍ଛାସେବୀଙ୍କୁ ଚଳିତବର୍ଷ ନୂଆକରି ପ୍ରସ୍ତୁତ କରାଯାଇଛି ବୟସ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସୀମିତ ରହିଥିବା ବ୍ୟକ୍ତିଙ୍କୁ ବିଶ୍ୱର ସବୁଠାରୁ ବଡ ଏହି ଜନତା ଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଅଧୀନରେ ଉଭୟ ସହରାଂଚଳ ଗ୍ରାମାଂଚଳର ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏବେ ଆଗକୁ ଆସିପାରିଛନ୍ତି

ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତ୍ରିରଙ୍ଗା ସ୍ପିରିଟକୁ ମନେ ପକାଇଛନ୍ତି ହର ଘର ତ୍ରିରଙ୍ଗା ଅଭିଯାନରେ ବହୁ ସଂଖ୍ୟକ ଭାଗିଦାରୀ କଥା ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଛନ୍ତି ଆଜି ୧୪୦ କୋଟି ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇ ପାରିଥିବା ସେ କହିଥିଲେ ମରୁଭୂମି, ହିମାଳୟ ଶୃଙ୍ଗ, ସମୁଦ୍ରତଟ, ଜନବହୁଳ ଅଂଚଳରେ ହର ଘର ତ୍ରିରଙ୍ଗା ଧୂନରେ ସମସ୍ତେ ମଗ୍ନ ଥିଲେ ଏବଂ ଦେଶ ମାତୃକାର ବନ୍ଦନା କରିଥିଲେ

ଏଚଜିଟି ୨୦୨୫ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ) ଭାଗିଦାରୀକୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଥିଲେ ସିଏପିଏଫର ବିଭିନ୍ନ ୟୁନିଟରେ ସାଂସଦମାନଙ୍କ ସହ ପ୍ରାୟ ୨୦୦ରୁ ଅଧିକ ଗାଡି ଚାଳକ ତ୍ରିରଙ୍ଗା ବାଇକ ରାଲିରେ ଅଂଶଗ୍ରହଣ କରିଥିଲେ ୧୨ ଅଗଷ୍ଟରେ ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହା ଆୟୋଜିତ ହୋଇଥିଲା

ଭାରତ ବାହାରେ କଳା, କନସର୍ଟ, ପ୍ରଦର୍ଶନୀ, ରଙ୍ଗୋଲି, ଯାତ୍ରା, ରାଲି, କୁଇଜ, ଦେଶାତ୍ମବୋଧକ ଚଳଚ୍ଚିତ୍ର ପ୍ରଦର୍ଶନୀ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାରି ମାଧ୍ୟମରେ ଚଳିତବର୍ଷ ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶାତ୍ମବୋଧକ ପ୍ରୀତି ଜାଗ୍ରତ କରାଯାଇଥିଲା ଦିଲ୍ଲୀର ଭାରତ ମଣ୍ଡପମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ତ୍ରିରଙ୍ଗା କନସର୍ଟ କଣ୍ଠଶିଳ୍ପୀ ଶାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ସାରା ଦେଶର ପିଲାମାନେ ଉତ୍ସାହିତ ହୋଇ ପୋଲିସ କର୍ମୀ ସୈନିକମାନଙ୍କୁ ଚିଠି ଲେଖି ପ୍ରେରଣା ଦେଇଥିଲେ ୟୁନିଫର୍ମରେ ରହିଥିବା ପୋଲିସ କର୍ମୀମାନଙ୍କୁ ବି ସେମାନେ ରାକ୍ଷୀ ବାନ୍ଧିଥିଲେ

ସମାଜର ବିଭିନ୍ନ ବର୍ଗର ଯୋଗଦାନ

ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ, ମନ୍ତ୍ରଣାଳୟ ବିଭିନ୍ନ ବିଭାଗ, ଶିଳ୍ପ ସଂଘ, ଖୁଚୁରା ବିକ୍ରେତା, କର୍ପୋରେଟ ଜଗତ ନାଗରିକମାନେ ଏହି ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ନିଜକୁ ସାମିଲ କରିଥିଲେ ତ୍ରିରଙ୍ଗା କନସର୍ଟ, ତ୍ରିରଙ୍ଗା ମେଳା, ତ୍ରିରଙ୍ଗା ଯାତ୍ରା ରାଲି ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଯୋଗଦାନ

ଗତ କିଛି ମାସ ଧରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସାରା ଦେଶରେ ତ୍ରିରଙ୍ଗାର ଚାହିଦାକୁ ଲକ୍ଷ୍ୟ କରି ମହିଳାମାନେ ତ୍ରିରଙ୍ଗା ପ୍ରସ୍ତୁତିରେ ନିଜକୁ ବ୍ୟସ୍ତ ରଖି ନିଜ ଆୟ ବି ବଢାଇଛନ୍ତି ତିଆରି କରାଯାଇଥିବା ପତାକାର ଖଣ୍ଡିତ ଅଂଶକୁ ବ୍ୟବହାର କରି ବହୁ ନାମୀ ଦାମୀ କମ୍ପାନୀ ରିସାଇକ୍ଲିଂ କରି ପତାକା ପ୍ରସ୍ତୁତ କରିଥିଲେ

ହର ଘର ତ୍ରିରଙ୍ଗା, ହର ଘର ସ୍ୱଚ୍ଛତା

ପାନୀୟ ଜଳ ପରିମଳ ବିଭାଗ ଏବଂ ଜଳଶକ୍ତି ସଂସ୍କୃତି ମନ୍ତ୍ରଣାଳୟର ମିଳିତ ସହଯୋଗ କ୍ରମେ ଏହି ଅଭିଯାନ ଦ୍ୱାରା ନାଗରିକ ଉତରଦାୟିତ୍ୱ, ପରିବେଶ ନେତୃତ୍ୱ, ଜାତୀୟ ଗର୍ବର ଭାବ ଉଦ୍ରେକ କରାଯାଇଥିଲା ୨୦୧୪ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ବୈଶ୍ୱିକ ପରିମଳ ସାରା ଦେଶରେ ସଫେଇ ଅଭିଯାନକୁ ଆଗକୁ ନେଇଥିଲେ ୧୫ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜଳ ଜୀବନ ମିଶନ ଆରମ୍ଭ କରାଯାଇଥିଲା ପ୍ରତି ଘରେ ଟ୍ୟାପ ଯୋଗେ ସ୍ୱଚ୍ଛ ପାଣି ଯୋଗାଇବା ପାଇଁ ହର ଘର ଜଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ୧୫ ଅଗଷ୍ଟରେ ଭାରତ ତାର ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପରିମଳ ଦେଶ ନିର୍ମାଣ କ୍ଷେତ୍ରରେ ସାମୁହିକ ପ୍ରତିବଦ୍ଧତା ଲାଗି ଏହା ଏକ ଅବସର ଆଣିଛି ହର ଘର ତ୍ରିରଙ୍ଗା ହର ଘର ସ୍ୱଚ୍ଛତାର ପ୍ରଚାର ପ୍ରସାର ଲାଗି . କୋଟିରୁ ଊର୍ଦ୍ଧ୍ୱ ସ୍ୱଚ୍ଛ ସୁଜଳ ଗାଁ ଶପଥ ନେଇଥିଲେ

ତ୍ରିରଙ୍ଗା ସହ ସେଲଫି

ଲୋକପ୍ରିୟ ହର ଘର ତ୍ରିରଙ୍ଗା ସେଲଫି ଅଭିଯାନ କ୍ରମରେ ୧୬ ଅଗଷ୍ଟ ୨୦୨୫ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ .୫୦ କୋଟି ତ୍ରିରଙ୍ଗା ସେଲଫି ଅପଲୋଡ ହୋଇଥିଲା ହର ଘର ତ୍ରିରଙ୍ଗା ଅଭିଯାନର ସଂସ୍କୃତି ମନ୍ତ୍ରଣାଳୟ ହେଉଛି ଏକ ନୋଡାଲ ମନ୍ତ୍ରଣାଳୟ ଯାହାର ସଚିବ ବିବେକ ଅଗ୍ରବାଲ କହିଥିଲେ ଯେ, ହର ଘର ତ୍ରିରଙ୍ଗା କେବଳ ଏକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ ହୋଇନି ବରଂ ଲୋକମାନଙ୍କର ଏକ ସାମାଜିକ ସାଂସ୍କୃତିକ ଉତ୍ସବରେ ପରିଣତ ହୋଇଛି ପ୍ରକାର ସ୍ୱେଚ୍ଛାସେବା ଜାତୀୟତା ଭାବଧାରାର ଉଦ୍ରେକ ଅଭୂତପୂର୍ବ ପ୍ରକାର ବିପୁଳ ପରିମାଣର ଜନ ଭାଗିଦାରୀ ହର ଘର ତ୍ରିରଙ୍ଗାକୁ ସମଗ୍ର ବିଶ୍ୱରେ ଏକ ବିରାଟ ଉତ୍ସବରେ ପରିଣତ କରିଛି

ହର ଘର ତ୍ରିରଙ୍ଗା ଆନ୍ଦୋଳନରେ ସାମିଲ ହୋଇ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଯୋଗ ଦେଇଥିବାରୁ କେନ୍ଦ୍ର ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏପ୍ରକାର ଆନନ୍ଦକୁ ପରିପ୍ରକାଶ କରିବାରେ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ସେ କହିଥିଲେ ତ୍ରିରଙ୍ଗା ରାଲି, ଯାତ୍ରା, ଚିଠି ଲେଖା, ରାକ୍ଷୀ ପ୍ରସ୍ତୁତି ଏବଂ ତ୍ରିରଙ୍ଗା ସେଲଫି ଅପଲୋଡ କରିବାରେ ବିଭିନ୍ନ ବର୍ଗର ଅଭୂତପୂର୍ବ ଯୋଗଦାନ ହର ଘର ତ୍ରିରଙ୍ଗା ଅଭିଯାନକୁ ଲୋକଙ୍କ ଉତ୍ସବରେ ପରିଣତ କରିଛି

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ତ୍ରିରଙ୍ଗା ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବି ଅନୁଷ୍ଠିତ ହୋଇଥିଲା ଏହି ପ୍ରଦର୍ଶନୀରେ ତ୍ରିରଙ୍ଗାର ଉତ୍ପତି ବୀର ଗାଥା ପରି ବିଭିନ୍ନ ବିଷୟବସ୍ତୁ ପ୍ରଦର୍ଶିତ କରାଯାଇଥିଲା

ହର ଘର ତ୍ରିରଙ୍ଗା ଅଭିଯାନରେ ତ୍ରିରଙ୍ଗାର ପ୍ରଭାବ ଏକ ନୂଆ ମୋଡ ନେଇଛି ୧୪୦ କୋଟି ଭାରତୀୟଙ୍କ ହୃଦୟରେ ତ୍ରିରଙ୍ଗା ବିଶେଷ ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ଏହି ଅଭିଯାନ ଦ୍ୱାରା ଆମେ ଇତିହାସ ପାଖକୁ ଆସିଛେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ପ୍ରତି ଏହା ଏକ ସଶ୍ରଦ୍ଧ ସମ୍ମାନ

PBD


(ରିଲିଜ ଆଡି: 2157316) ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Bengali , Malayalam