ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
23 JUL 2025 9:41AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସେ ଜଣେ ଅଗ୍ରଣୀ ନେତା ଥିଲେ, ଯିଏ ଅଟଳ ବିଶ୍ୱାସର ସହିତ ଭାରତର ସ୍ୱାଧୀନତା ଆନ୍ଦୋଳନର ଭାବନାକୁ ପ୍ରଜ୍ଜ୍ୱଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।”
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଲୋକମାନ୍ୟ ତିଲକଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି । ସେ ଜଣେ ଅଗ୍ରଣୀ ନେତା ଥିଲେ, ଯିଏ ଅଟଳ ବିଶ୍ୱାସର ସହିତ ଭାରତର ସ୍ୱାଧୀନତା ଆନ୍ଦୋଳନର ଭାବନାକୁ ପ୍ରଜ୍ଜ୍ୱଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ଉତ୍କୃଷ୍ଟ ଚିନ୍ତାନାୟକ ମଧ୍ୟ ଥିଲେ ଯିଏ ଜ୍ଞାନର ଶକ୍ତି ଏବଂ ଅନ୍ୟମାନଙ୍କ ସେବାରେ ବିଶ୍ୱାସ କରୁଥିଲେ ।”
SR
(रिलीज़ आईडी: 2147636)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali-TR
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam