ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ସଡ଼କ ଦୁର୍ଘଟଣାରେ ଜୀବନହାନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ପିଏମଏନଆରଏଫ ରୁ ଅନୁକମ୍ପା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 JUL 2025 10:02PM by PIB Bhubaneshwar

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଜୀବନହାନୀ ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ପିଏମଏନଆରଏଫ ରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

“ଉତ୍ତରାଖଣ୍ଡର ପିଥୋରାଗଡ଼ରେ ସଡ଼କ ଦୁର୍ଘଟଣାରେ ଜୀବନ ହାନୀରେ ଗଭୀର ଦୁଃଖିତ । ଦୁର୍ଘଟଣାରେ ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ଲୋକଙ୍କ ପାଇଁ ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ ...” ।

SR


(रिलीज़ आईडी: 2145085) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam