ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 JUL 2025 2:12AM by PIB Bhubaneswar

ଆଜି ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ –‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା, ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧତା ତଥା ଘାନାର ଐତିହାସିକ ସମ୍ପର୍କ ପ୍ରତି ଉତ୍ସର୍ଗ କରିଛନ୍ତି

 

ପ୍ରଧାନମନ୍ତ୍ରୀ ଏହି ବିଶେଷ ସମ୍ମାନ ପାଇଁ ଘାନାର ଜନସାଧାରଣ ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ସେ କହିଥିଲେ ଯେ ଦୁଇ ଦେଶର ସମନ୍ୱିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପରମ୍ପରା ଏହି ସହଭାଗୀତାକୁ ସୁଦୃଢ କରିବ ସେ ଉଲ୍ଲେଖ କରିଥିଲେ ଯେ ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଆହୁରି ନିବିଡ଼ କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ପାଇଁ ତାଙ୍କୁ ଏକ ନୂତନ ଦାୟିତ୍ୱ ପ୍ରଦାନ କରିବ ତାଙ୍କର ଐତିହାସିକ ଘାନା ଗସ୍ତ ଭାରତ-ଘାନା ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ

*****

MT


(ରିଲିଜ ଆଡି: 2141724) ପରିଦର୍ଶକ କାଉଣ୍ଟର : 26