ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜିଏସ୍‌ଟି ଏକ ଐତିହାସିକ ସଂସ୍କାର ଯାହା ଭାରତର ଅର୍ଥନୈତିକ ଦୃଶ୍ୟପଟକୁ ନୂଆ ରୂପ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUL 2025 3:49PM by PIB Bhubaneshwar

ଜିଏସ୍‌ଟି ଲାଗୁ ହେବାର ୮ ବର୍ଷ ପରେ, ଏହା ଏକ ଐତିହାସିକ ସଂସ୍କାର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହା ଭାରତର ଅର୍ଥନୈତିକ ଦୃଶ୍ୟପଟକୁ ନୂତନ ରୂପ ପ୍ରଦାନ କରିଛି । ଶ୍ରୀ ମୋଦୀ କହିଛନ୍ତି, “ଅନୁପାଳନ ବୋଝ ହ୍ରାସ କରିବା ସହ ଏହା ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିଛି ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଲାଗୁ ହେବାର ଆଠ ବର୍ଷ ପରେ, ଜିଏସ୍‌ଟି ଏକ ଐତିହାସିକ ସଂସ୍କାର ଭାବରେ ଠିଆ ହୋଇଛି, ଯାହା ଭାରତର ଅର୍ଥନୈତିକ ଦୃଶ୍ୟପଟକୁ ନୂତନ ରୂପ ଦେଇଛି ।

ଅନୁପାଳନ ବୋଝ ହ୍ରାସ କରିବା ସହ ଏହା ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବ୍ୟବସାୟ କରିବାର ସହଜତାକୁ ଅଧିକ ଉନ୍ନତ କରିଛି ।

ଜିଏସ୍‌ଟି ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ ଭାବରେ ମଧ୍ୟ କାର୍ଯ୍ୟ କରିଛି । ଏଥିସହ ଭାରତର ବଜାରକୁ ଏକୀକୃତ କରିବା ପାଇଁ ଏହି ଯାତ୍ରାରେ ରାଜ୍ୟଗୁଡିକୁ ସମାନ ଅଂଶୀଦାର କରି ପ୍ରକୃତ ସମବାୟ ସଂଘୀୟତାକୁ ପ୍ରୋତ୍ସାହିତ କରାଯାଇଛି ।”

 

SR

 


(रिलीज़ आईडी: 2141297) आगंतुक पटल : 18
इस विज्ञप्ति को इन भाषाओं में पढ़ें: English , Gujarati , Urdu , Marathi , हिन्दी , Manipuri , Assamese , Bengali , Punjabi , Tamil , Telugu , Kannada , Malayalam