ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 JUN 2025 11:19AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି. ନରସିଂହ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବରରେ ସେ ଦେଶର ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭାରତର ବିକାଶ ପଥ ଗଠନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ଶ୍ରୀ ପି.ଭି. ନରସିଂହ ରାଓଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି । ଆମ ବିକାଶ ପଥର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ତାଙ୍କର ପ୍ରଭାବଶାଳୀ ନେତୃତ୍ୱ ପାଇଁ ଭାରତ ତାଙ୍କ ପ୍ରତି କୃତଜ୍ଞ । ତାଙ୍କର ବୁଦ୍ଧି, ଜ୍ଞାନ ଏବଂ ବିଦ୍ୱାନ ସ୍ୱଭାବ ମଧ୍ୟ ବ୍ୟାପକ ଭାବରେ ପ୍ରଶଂସିତ ।”

 

 

SR


(रिलीज़ आईडी: 2141020) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam