ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ରୋଏସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତର ପ୍ରଧାନମନ୍ତ୍ରୀ
Posted On:
18 JUN 2025 11:58PM by PIB Bhubaneshwar
ଜାଗ୍ରେବଠାରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାକୁ ଆଧାର କରି ଦୁଇ ଦେଶ ଭିତରେ ସମ୍ପର୍କ ମଜଭୂତ ରହିଥିବା ଦୁଇ ନେତା କହିଛନ୍ତି । ପ୍ରତିରକ୍ଷା, ଷ୍ଟାର୍ଟଅପ, କ୍ରୀଡା, ଆବିଷ୍କାର ପରି କ୍ଷେତ୍ରରେ ପୁଞ୍ଜି ନିବେଶର ରହିଥିବା ସୁଯୋଗକୁ ଗୁରୁତ୍ୱ ଦେବାକୁ ଦୁଇ ନେତା ରାଜି ହୋଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଲଢେଇ ବେଳେ ଭାରତ ସହ କ୍ରୋଏସିଆ ଛିଡା ହୋଇଥିବାରୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇ ଦେଶ ଭିତରେ ରହିିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମନେପକାଇ ଦୁଇ ନେତା ପାରସ୍ପରିକ ବୁଝାମଣା କାଏମ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।
ବିଭିନ୍ନ ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୁଇ ନେତା ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଭାରତ ଓ ୟୁରୋପ ଭିତରେ ରହିଥିବା ସମ୍ପର୍କ ଆହୁରି ମଜଭୂତ ହୋଇ ଆଗାମୀ ଦିନରେ ଭାରତ-କ୍ରୋଏସିଆ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି ।
PBD
(Release ID: 2137668)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam