ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କାଜାଖସ୍ତାନ, କିରଗିଜ ରିପବ୍ଲିକ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବିଦେଶମନ୍ତ୍ରୀ
ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଭାରତ-କେନ୍ଦ୍ର ଏସିଆ ଡାଇଲଗ ଚତୁର୍ଥ ବୈଠକର ନିଷ୍କର୍ସ ବାବଦରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ
ପ୍ରଧାନମନ୍ତ୍ରୀ ଆର୍ଥିକ ଆନ୍ତଃଯୋଗାଯୋଗ, ସଂଯୋଗ,ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ, ନୂତନ ଓ ଅଭୁ୍ୟଦୟ କ୍ଷେତ୍ରରେ ସହଯୋଗ ବାବଦରେ ଦୃଷ୍ଟିକୋଣ ଜଣାଇଲେ
ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଦୃଢ଼ ଭାରତ-କେନ୍ଦ୍ର ଏସିଆ ସହଯୋଗ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନର ସମ୍ମୁଖିନ ହେବା ଲାଗି ବଳ ଦେବ
କେନ୍ଦ୍ର ଏସିଆ ନେତୃବୃନ୍ଦ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ କଲେ
ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀକୁ କେନ୍ଦ୍ର ଏସିଆ ଦେଶର ନେତାସମୂହଙ୍କୁ ନିମନ୍ତ୍ରଣ କଲେ
प्रविष्टि तिथि:
06 JUN 2025 8:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କାଜାଖସ୍ତାନ ରିପବ୍ଲିକ, କିରଗିଜ ରିପବ୍ଲିକ, ରିପବ୍ଲିକ ଅଫ ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ରିପବ୍ଲିକ ଅଫ ଉଜବେକିସ୍ତାନର ବିଦେଶମନ୍ତ୍ରୀ ମିଳିତ ଭାବେ ଭେଟିଛନ୍ତି ।
ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଭାରତ-କେନ୍ଦ୍ର ଏସିଆ ଡାଇଲଗର ବୈଠକର ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ବାବଦରେ ମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଭାରତ ପାଇଁ ସର୍ବଦା କେନ୍ଦ୍ର ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ମୂଳଭିତ୍ତି ଆଧାରରେ ସେ ଆର୍ଥିକ ଆନ୍ତଃଯୋଗାଯୋଗ, ସଂଯୋଗ,ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ, ନୂତନ ଓ ଅଭୁ୍ୟଦୟ କ୍ଷେତ୍ରରେ ସହଯୋଗ ବାବଦରେ ଦୃଷ୍ଟିକୋଣ ଜଣାଇଲେ ।
ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଦୃଢ଼ ଭାରତ-କେନ୍ଦ୍ର ଏସିଆ ସହଯୋଗ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନର ସମ୍ମୁଖିନ ହେବା ଲାଗି ବଳ ଦେବ ।
କେନ୍ଦ୍ର ଏସିଆର ନେତୃବୃନ୍ଦ ୨୨ ଏପ୍ରିଲ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କଲେ ।
ପ୍ରଧାନମନ୍ତ୍ରୀ ଭାରତରେ ହେବାକୁ ଥିବା ଦ୍ୱିତୀୟ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀକୁ ସମସ୍ତ କେନ୍ଦ୍ର ଏସିଆ ଦେଶର ନେତାସମୂହଙ୍କୁ ନିମନ୍ତ୍ରଣ କଲେ ।
SR
(रिलीज़ आईडी: 2135051)
आगंतुक पटल : 10
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada