ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 05 JUN 2025 9:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି ।  ଏଥିସହ ପରିବେଶକୁ ସବୁଜ ଏବଂ ଉନ୍ନତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୂଲ୍ୟବାନ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ବିଶ୍ୱ ପରିବେଶ ଦିବସ ଅବସରରେ ନିଜର ମତାମତ ଶେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଆଜି ବିଶ୍ୱ ପରିବେଶ ଦିବସରେ, ଆସନ୍ତୁ ଆମ ପୃଥିବୀକୁ ସୁରକ୍ଷା ଦେବା ତଥା ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ଦୂର କରିବା ପାଇଁ ଆମର ପ୍ରୟାସକୁ ଆହୁରି ବଳବତ୍ତର କରିବା । ଆମର ପରିବେଶକୁ ସବୁଜ ଏବଂ ଉନ୍ନତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି ।”

 

SR


(Release ID: 2134127)