ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଜୁନ୍ ୨ ତାରିଖରେ ଆନ୍ତର୍ଜାତିକ ବାୟୁ ପରିବହନ ସଂଘର ୮୧ତମ ବାର୍ଷିକ ସାଧାରଣ ବୈଠକ (ଆଇଏଟିଏ ଏଜିଏମ୍)ରେ ଯୋଗ ଦେବେ
ଭାରତରେ ୪୧ ବର୍ଷ ପରେ ହେଉଛି ଆଇଏଟିଏ ଏଜିଏମ୍
ବୈଶ୍ୱିକ ବିମାନ କମ୍ପାନିର ସିଇଓଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
Posted On:
01 JUN 2025 8:01PM by PIB Bhubaneshwar
ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାୟୁ ପରିବହନ ସଂଘ (ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ-ଆଇଏଟିଏ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ଯୋଗ ଦେବେ । ଏହି ଅବସରରେ ସେ ଉପସ୍ଥିତ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ ।
ଜୁନ୍ ୧ ତାରିଖରେ ୩ ତାରିଖ ପର୍ଯ୍ୟନ୍ତ ଆଇଏଟିଏର ୮୧ ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ଶିଖର ସମ୍ମିଳନୀ (ୱାର୍ଲ୍ଡ ଏୟାର ଟ୍ରାନ୍ସପୋର୍ଟ ସମିଟ୍ - ଡବ୍ଲୁଏଟିଏସ୍) ଅନୁଷ୍ଠିତ ହେବ । ଶେଷ ଥର ପାଇଁ ୪୧ ବର୍ଷ ପୂର୍ବେ ୧୯୮୩ ମସିହାରେ ଭାରତରେ ଏଜିଏମ୍ ହୋଇଥିଲା ।
ବିଶ୍ୱ ବାୟୁ ପରିବହନ ଶିଖର ସମ୍ମିଳନୀ ବିମାନ ଉଦ୍ୟୋଗ ସମ୍ମୁଖରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେବ । ଏହା ମଧ୍ୟରେ ବିମାନ ଉଦ୍ୟୋଗର ଅର୍ଥ ବ୍ୟବସ୍ଥା, ଆକାଶ ମାର୍ଗରେ ଯୋଗାଯୋଗ, ଶକ୍ତି ସୁରକ୍ଷା, ସ୍ଥିର ବିମାନ ଇନ୍ଧନ ଉତ୍ପାଦନ, ଫାଇନାନ୍ସିଂ ଡିକାର୍ବନାଇଜେସନ ଏବଂ ନବାଚାର ଆଦି ସାମିଲ ରହିଛି । ବିଶ୍ୱବ୍ୟାପୀ ବିମାନ ଉଦ୍ୟେଗ କ୍ଷେତ୍ରର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ବିମାନ ଚଳାଚଳ ପରିଦୃଶ୍ୟରେ ଭାରତର ଉଲ୍ଲେଖନୀୟ ପରିବର୍ତ୍ତନ ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ଏହାର ଯୋଗଦାନର ସାକ୍ଷୀ ବନିବେ ।
SR
(Release ID: 2133220)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam