ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
Posted On:
28 MAY 2025 9:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ‘ଜନସେବାର ଅଭୂତପୂର୍ବ ପ୍ରତିବଦ୍ଧତା ଓ ଅସୀମ ଜ୍ଞାନ ସହ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ପଞ୍ଜାବର ତଳସ୍ତରର ଲୋକ ଓ ପରମ୍ପରା ସହ ସେ ସର୍ବଦା ଯୋଡ଼ି ହୋଇ ରହିଥିଲେ ।’ ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଜନସେବାର ଅଭୂତପୂର୍ବ ପ୍ରତିବଦ୍ଧତା ଓ ଅସୀମ ଜ୍ଞାନ ସହ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ପଞ୍ଜାବର ତଳସ୍ତରର ଲୋକ ଓ ପରମ୍ପରା ସହ ସେ ସର୍ବଦା ଯୋଡ଼ି ହୋଇ ରହିଥିଲେ । ଗ୍ରାମ୍ୟ ବିକାଶ, ସାମାଜିକ ନ୍ୟାୟ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରସଙ୍ଗକୁ ସେ ସବଦା ଗୁରୁତ୍ୱ ଦେଉଥିଲେ । ଆମର ସୋସିଆଲ ଫ୍ୟାବ୍ରିକକୁ ଅଧିକ ଦୃଢ଼ କରିବାକୁ ସେ ସର୍ବଦା କାମ କରୁଥିଲେ । ମୁଁ ବହୁ ବର୍ଷ ଧରି ତାଙ୍କୁ ଜାଣିବାର ସୁଯୋଗ ପାଇଥିଲି, ବିଭିନ୍ନ ପ୍ରସଙ୍ଗରେ ଘନିଷ୍ଠ ଭାବେ ଆଲୋଚନା କରିଥିଲି । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”
SR
(Release ID: 2132228)
Read this release in:
Malayalam
,
English
,
Urdu
,
Marathi
,
Hindi
,
Bengali-TR
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada