ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲଙ୍ଗାନାର ହାଇଦ୍ରାବାଦରେ ଅଗ୍ନିକାଣ୍ଡରେ ହୋଇଥିବା ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ



ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ସହାୟତା ରାଶି ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 18 MAY 2025 12:00PM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାର ହାଇଦ୍ରାବାଦରେ ଘଟିଥିବା ଅଗ୍ନିକାଣ୍ଡରେ ହୋଇଥିବା ପ୍ରାଣହାନୀ ଯୋଗୁଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ୨ ଲକ୍ଷ ଟଙ୍କା ତଥା ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ତେଲଙ୍ଗାନାର ହାଇଦ୍ରାବାଦରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନି ଯୋଗୁଁ ଗଭୀର ମର୍ମାହତ । ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ମୋର ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।

ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।“

@narendramodi

 


(ରିଲିଜ ଆଡି: 2129540) ପରିଦର୍ଶକ କାଉଣ୍ଟର : 23