ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଅନ୍ଥୋନି ଆଲବାନିଜଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 MAY 2025 6:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଆନ୍ଥୋନି ଆଲବାନିଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ନିର୍ବାଚନରେ ଅଭୁତପୂର୍ବ ବିଜୟ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହୋଇଥିବାରୁ @AlboMP ଙ୍କୁ ଶୁଭେଚ୍ଛା! ଏହି ଜୋରଦାର ଜନାଦେଶ ଏହା ଦର୍ଶାଉଛି ଯେ ଅଷ୍ଟ୍ରେଲିଆର ଜନସାଧାରଣଙ୍କର ଆପଣଙ୍କ ନେତୃତ୍ୱ ଉପରେ ସ୍ଥାୟୀ ବିଶ୍ୱାସ ରହିଛି । ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ସହଭାଗିତାକୁ ଅଧିକ ଗଭୀର କରିବା ଦିଗରେ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି କାଏମ ରଖିବା ଦିଗରେ ଦୃଷ୍ଟିକୋଣର ଆଦାନପ୍ରଦାନ ଦିଗରେ ମିଳିମିଶି କାମ କରିବାକୁ ମୁଁ ଉତ୍ସୁକ ।  

SR


(रिलीज़ आईडी: 2126664) आगंतुक पटल : 67
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam