ପୋଷ୍ଟ କରାଯିବା ଦିନାଙ୍କ:
01 MAY 2025 9:05AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସ୍ଥାପନା ଦିବସରେ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ର ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି:
“ଗୁଜରାଟର ଜନସାଧାରଣଙ୍କୁ ରାଜ୍ୟର ସ୍ଥାପନା ଦିବସର ଗୌରବପୂର୍ଣ୍ଣ ଅବସରରେ ମୋର ଶୁଭକାମନା । ଏହି ରାଜ୍ୟ ନିଜର ସଂସ୍କୃତି, ଉଦ୍ୟମଶୀଳତାର ଭାବନା ଏବଂ ଗତିଶୀଳତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଗୁଜରାଟର ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ନିଜର ଉକ୍ରୃଷ୍ଟତା ପ୍ରଦର୍ଶନ କରିଛନ୍ତି । ରାଜ୍ୟ ପ୍ରଗତିର ନୂତନ ଶୀର୍ଷତାରେ ପହଞ୍ଚୁ, ଏହି କାମନା ।”
SR