WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭସ୍‍-ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଳନୀର ପ୍ରଥମ ସଂସ୍କରଣ ପାଇଁ ଅବଗଣନା ଆରମ୍ଭ


ୱେଭସ୍ ୨୦୨୫ ଆୟୋଜନ କରିବାକୁ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭାରତୀୟ ଏବଂ ବୈଶ୍ୱିକ ଏମ୍ ଆଣ୍ଡ ଇ ଅଂଶୀଦାରମାନଙ୍କ ମଧ୍ୟରେ ଚାରି ଦିନିଆ ଜ୍ଞାନ ଆଦାନ ପ୍ରଦାନ, ବାର୍ତ୍ତାଳାପ ଏବଂ ସହଯୋଗ

ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାରେ ୱେଭସ୍ ତରଙ୍ଗ ସୃଷ୍ଟି କରିବାର ସମ୍ଭାବନା

 Posted On: 30 APR 2025 4:46PM |   Location: PIB Bhubaneshwar

ମୁମ୍ବାଇ :  ମିଡିଆ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) କ୍ଷେତ୍ରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମର ୱେଭସ୍ (ବିଶ୍ୱ ଅଡିଓ-ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ୨୦୨୫) ପାଇଁ ଅବଗଣନା ଆରମ୍ଭ ହୋଇଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଚାରି ଦିନିଆ କାର୍ଯ୍ୟକ୍ରମ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବା ପାଇଁ ପରିକଳ୍ପନା କରାଯାଇଛି।

ଭାରତର ମନୋରଞ୍ଜନ ରାଜଧାନୀ ମୁମ୍ବାଇ, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ଯେଉଁମାନେ ପ୍ୟାନେଲ ଆଲୋଚନା, ଚିନ୍ତା ଉଦ୍ରେକକାରୀ ଏବଂ ପ୍ରେରଣାଦାୟୀ ବାର୍ତ୍ତାଳାପ, ଜ୍ଞାନ-ଆଦାନ ପ୍ରଦାନ ବାର୍ତ୍ତାଳାପ ଏବଂ ପାରସ୍ପାରିକ ଆଲୋଚନା ଅଧିବେଶନରେ ଅନୁସନ୍ଧାନ କରିବେ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ମାଷ୍ଟର-କ୍ଲାସକୁ ସମୃଦ୍ଧ କରିବେ, ଆଗାମୀ ଚାରି ଦିନ ମଧ୍ୟରେ ଅଂଶୀଦାରମାନଙ୍କ ପାଇଁ ବହୁମୁଖୀ ପଦକ୍ଷେପ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏମ୍ ଆଣ୍ଡ ଇ କ୍ଷେତ୍ର ପାଇଁ ଆଶାଜନକ ଦେଖାଯାଉଛି

ଏହାର କାରଣ ୱେଭ୍ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଏକ ବିଶ୍ୱ ଶକ୍ତି କେନ୍ଦ୍ର ଭାବେ ଭାରତର ସ୍ୱରକୁ ସମ୍ପ୍ରସାରିତ କରିବା। ୱେଭସ୍, ଏହାର ପ୍ରଥମ ବର୍ଷ ଠାରୁ, ଭାରତର ଜୀବନ୍ତ ସୃଜନଶୀଳ ଉଦ୍ୟୋଗ ଏବଂ ବୈଶ୍ୱିକ ଏମ୍ ଆଣ୍ଡ ଇ ପରିଦୃଶ୍ୟ ମଧ୍ୟରେ ଏହାର ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହା ସହିତ, ୱେଭସ୍ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ, ବାର୍ତ୍ତାଳାପ ଏବଂ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ଅଗ୍ରଣୀ ପଦକ୍ଷେପ ବିଶ୍ୱସ୍ତରୀୟ ସୌହାର୍ଦ୍ଦ୍ୟ ପାଇଁ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାର ଲାଭପ୍ରଦ ଫାଇଦା ଉଠାଇବ ଏବଂ ଉଦ୍ଭାବକଙ୍କ ଅର୍ଥନୀତିକୁ ସଠିକ୍ ଦିଗରେ ଆଗେଇ ନେବା ପାଇଁ ପରିକଳ୍ପନା କରାଯାଇଛି।

ଓ୍ବେଭ୍‍ସର ଚାରୋଟି ସ୍ତମ୍ଭ

ଏମ୍ ଆଣ୍ଡ ଇ କ୍ଷେତ୍ରର ସମଗ୍ର ପରିସରକୁ ଅନ୍ତର୍ଭୁକ୍ତ କରୁଥିବା ଏହି ବିଶାଳ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଚାରୋଟି ସ୍ତମ୍ଭରେ ବିଭକ୍ତ କରାଯାଇଛି।

ପ୍ରଥମ : ପ୍ରସାରଣ ଏବଂ ମନୋରଞ୍ଜନ : ସୂଚନା ଏବଂ ମନୋରଞ୍ଜନ ବିତରଣର ପାରମ୍ପରିକ ଏବଂ ବିକଶିତ ପରିଦୃଶ୍ୟକୁ ଅନ୍ତର୍ଭୁକ୍ତ କରିବା ସହିତ ଏହି ଫୋକସ୍ କ୍ଷେତ୍ରର ଲକ୍ଷ୍ୟ ହେଉଛି ସୂଚନାକୁ ପ୍ରାଥମିକତା ଦେବା, ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ଏକବିଂଶ ଶତାବ୍ଦୀର ଆହ୍ୱାନର ମୁକାବିଲା କରି ବିଶ୍ୱସ୍ତରୀୟ ହେବା। ଏଥିରେ ସୃଜନଶୀଳ ଅର୍ଥବ୍ୟବସ୍ଥାର ନିମ୍ନଲିଖିତ କ୍ଷେତ୍ରଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି:

  • ପ୍ରସାରଣ : ଟେଲିଭିଜନ, ରେଡିଓ, ପଡକାଷ୍ଟ, କ୍ରୀଡ଼ା ପ୍ରସାରଣ
  • ବିଷୟବସ୍ତୁ ସୃଷ୍ଟି : ପ୍ରିଣ୍ଟ ମିଡିଆ, ସଙ୍ଗୀତ
  • ଡେଲିଭରି ପ୍ଲାଟଫର୍ମ : କ୍ୟାରିଏଜ୍ (କେବୁଲ ଏବଂ ସାଟେଲାଇଟ୍), ଡିଟିଏଚ୍ (ଡାଇରେକ୍ଟ-ଟୁ-ହୋମ୍)
  • ବିଜ୍ଞାପନ ଏବଂ ମାର୍କେଟିଂ : ଅଗ୍ରଣୀ ପେସାଦାରମାନେ ଏମ୍ ଆଣ୍ଡ ଇ କ୍ଷେତ୍ର ମଧ୍ୟରେ ବ୍ରାଣ୍ଡ ରଣନୀତି ପ୍ରସ୍ତୁତ କରୁଛନ୍ତି।

 

ଦ୍ବିତୀୟ : ଏଭିଜିସି-ଏକ୍ସଆର -ଏହି ବିଭାଗ କଳାତ୍ମକତା, ମନୋରଞ୍ଜନ ଏବଂ ଟେକ୍ନୋଲୋଜିର ମିଶ୍ରଣ ଦ୍ୱାରା ପରିଚାଳିତ କାହାଣୀ ଏବଂ ପାରସ୍ପାରିକ ଆଲୋଚନା ଅଭିଜ୍ଞତାର ଅତ୍ୟାଧୁନିକ ବିଶ୍ୱକୁ ଅନୁସନ୍ଧାନ କରେ ଏହା ନିମ୍ନଲିଖିତ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ :

  • ଆନିମେସନ୍
  • ଦୃଶ୍ୟ ପ୍ରଭାବ
  • ଇ-ସ୍ପୋର୍ଟସ୍
  • କମିକସ୍
  • ଅଗମେଣ୍ଟେଡ୍ ରିଅଲିଟି/ଭର୍ଚୁଆଲ୍ ରିଅଲିଟି (ଏଆର୍/ଭିଆର)
  • ମେଟାଭର୍ସ ଏବଂ ସମ୍ପ୍ରସାରିତ ବାସ୍ତବତା (ଏକ୍ସ. ଆର.)

ତୃତୀୟ : ଡିଜିଟାଲ ମିଡିଆ ଏବଂ ନବସୃଜନ : ଏହି ବିଭାଗ ସର୍ବଦା ବିକଶିତ ହେଉଥିବା ଡିଜିଟାଲ୍ ପରିଦୃଶ୍ୟ ଏବଂ ମନୋରଞ୍ଜନ ଉପରେ ଏହାର ପ୍ରଭାବ ଅନୁସନ୍ଧାନ କରେ ଏଥିରେ ଅନ୍ତର୍ଭୁକ୍ତ ରହିଛି :

  • ଡିଜିଟାଲ ମିଡିଆ ଏବଂ ଆପ୍ ଅର୍ଥବ୍ୟବସ୍ଥା
  • ଓଟିଟି ପ୍ଲାଟଫର୍ମ
  • ସୋସିଆଲ ମିଡିଆ ପ୍ଲାଟଫର୍ମ
  • ଜେନେରେଟିଭ୍ ଏଆଇ ଏବଂ ଉଦୀୟମାନ ଟେକ୍ନୋଲୋଜି
  • ପ୍ରଭାବଶାଳୀ ଏବଂ ବିଷୟବସ୍ତୁ ଉଦ୍ଭାବକ

ଚତୁର୍ଥ :  ଚଳଚ୍ଚିତ୍ର  : ଏହି ବିଭାଗ ଚଳଚ୍ଚିତ୍ର ନିର୍ମାଣ, ଉତ୍ପାଦନ ଏବଂ ଜଗତୀକରଣର ବିଶ୍ୱକୁ ଅନୁସନ୍ଧାନ କରେ

  • ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ସର୍ଟସ୍, ଭିଡିଓ
  • ଫିଲ୍ମ ଟେକ୍ନୋଲୋଜି (ସୁଟିଂ, ପୋଷ୍ଟ-ପ୍ରଡକ୍ସନ୍)
  • ଭାରତୀୟ ଚଳଚ୍ଚିତ୍ରର ଜଗତୀକରଣ
  • ସହ-ଉତ୍ପାଦନ
  • ଚଳଚ୍ଚିତ୍ର ପ୍ରୋତ୍ସାହନ
  • ଅଡିଓ-ଭିଜୁଆଲ ସେବା

 

କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ଏବଂ କ୍ରିଏଟସ୍ଫିଅର : ୱେଭସ୍‍ର ଅଂଶବିଶେଷ ଭାବେ ଆରମ୍ଭ ହୋଇଥିବା କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସି.ଆଇ.ସି.) ସିଜନ୍-୧ ରେ ୧୧୦୦ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୮୫,୦୦୦ ପଞ୍ଜିକରଣ ଅତିକ୍ରମ କରିବାରେ ଏକ ମାଇଲଖୁଣ୍ଟ ହାସଲ କରିଛି। ଏକ ସୂକ୍ଷ୍ମ ଚୟନ ପ୍ରକ୍ରିୟା ପରେ ୩୨ଟି ବିବିଧ ଆହ୍ବାନରୁ ୭୫୦ ରୁ ଅଧିକଙ୍କୁ ଚୂଡାନ୍ତ ଚୟନ କରାଯାଇଛି। ଏହି ପ୍ରତିଭାବାନ ସୃଜନଶୀଳ ବ୍ୟକ୍ତିମାନଙ୍କୁ ଏକ ଅନନ୍ୟ ସୁଯୋଗ ମିଳିବ। କ୍ରିଏଟୋସ୍ପିୟର ସେମାନଙ୍କ ବ୍ୟକ୍ତିଗତ ପ୍ରତିଭା ଏବଂ ଦକ୍ଷତାର ଫଳାଫଳ ପ୍ରଦର୍ଶନ କରିବା, ପିଚିଂ ଅଧିବେଶନ ସମେତ ନିଜ ନିଜ କ୍ଷେତ୍ରର ବ୍ୟବସାୟୀ ମୁଖ୍ୟମାନଙ୍କ ସହିତ ନେଟୱାର୍କିଂ ସୁଯୋଗ ବ୍ୟତୀତ ମାଷ୍ଟରକ୍ଲାସ୍ ଏବଂ ପ୍ୟାନେଲ୍ ଆଲୋଚନା ମାଧ୍ୟମରେ ବିଶ୍ୱ ସ୍ତରୀୟ ନେତୃତ୍ବଙ୍କ ଠାରୁ ଶିଖିବେ ।

ୱେଭ୍‍ସ କ୍ରିଏଟୋସ୍ପିୟର ମାଷ୍ଟରକ୍ଲାସ, କର୍ମଶାଳା, ଏକ ଗେମିଂ କ୍ଷେତ୍ର ଏବଂ 'କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜସ' ର ଗ୍ରାଣ୍ଡ ଫାଇନାଲ ସହିତ ଅନୁଭୂତି ପ୍ରଦାନ କରିବ, ଯାହା ୱେଭସ୍‍ ସିଆଇସି ପୁରସ୍କାରରେ ସମାପ୍ତ ହେବ।

ବିଶ୍ୱ ଗଣମାଧ୍ୟମ ବାର୍ତ୍ତାଳାପ : ୨୦୨୫ ମଇ ୨ତାରିଖରେ ୱେଭ୍ସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ହେଉଛି ଅନ୍ୟ ଏକ ବିଭାଗ ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ନେତା, ନୀତି ନିର୍ଦ୍ଧାରକ, ଶିଳ୍ପ ଅଂଶୀଦାର, ଗଣମାଧ୍ୟମ ପେସାଦାର ଏବଂ କଳାକାରମାନଙ୍କୁ ଏକାଠି କରି ଏକ ଗଠନମୂଳକ ଏବଂ ଗତିଶୀଳ ବାର୍ତ୍ତାଳାପରେ ନିୟୋଜିତ କରିବା, ଯାହାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସହଯୋଗ, ବୈଷୟିକ ନବସୃଜନ ଏବଂ ନୈତିକ ଅଭ୍ୟାସ ଉପରେ ଧ୍ୟାନ ଦେଇ ଅଡିଓ-ଭିଜୁଆଲ୍ ଏବଂ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବା।

ନେତୃତ୍ୱଙ୍କ ଚିନ୍ତାଧାରାର ଅନୁସରଣ : ପୂର୍ଣ୍ଣ ଅଧିବେଶନ, ସମ୍ମିଳନୀ ଅଧିବେଶନ ଏବଂ ବ୍ରେକଆଉଟ୍ ଅଧିବେଶନ ମାଧ୍ୟମରେ, ଶୀର୍ଷ ସିଇଓ ଏବଂ ବିଶ୍ୱସ୍ତରୀୟ ମୁଖ୍ୟମାନେ ଅନ୍ତର୍ଦୃଷ୍ଟି ଏବଂ ବିବିଧ ଦୃଷ୍ଟିକୋଣ ପ୍ରଦାନ କରିବେ, ଏବଂ ସହଯୋଗ ପାଇଁ ରଣନୈତିକ ଆଲୋଚନା ମଧ୍ୟ କରିବେ।

ଓ୍ବଭେସ୍‍ ଏକ୍ସେଲେଟର : ନବସୃଜନ ଏବଂ ପାଣ୍ଠିକୁ ପ୍ରୋତ୍ସାହନ ଦେବା ପାଇଁ ଏମ୍ ଆଣ୍ଡ ଇ ଷ୍ଟାର୍ଟଅପ୍ ଗୁଡ଼ିକୁ ନିବେଶକ ଏବଂ ପରାମର୍ଶଦାତାଙ୍କ ସହ ଲାଇଭ୍ ପିଚିଂ ଅଧିବେଶନ ଜରିଆରେ ଯୋଡ଼ି ହେବ। ଏହା ଭାରତୀୟ ଷ୍ଟାର୍ଟଅପ୍ ପାଇଁ ଏହି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ, ଏହା ସୁନିଶ୍ଚିତ କରିବ ଯେ ସେମାନେ ସଠିକ୍ ମାର୍ଗଦର୍ଶନ ପାଇବେ ଏବଂ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ନିବେଶ କରିବେ।

ୱେଭ୍ସ ବଜାର : ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏହା ଏକ ପ୍ରମୁଖ ବିଶ୍ୱସ୍ତରୀୟ ବଜାର ଯାହା ଚଳଚ୍ଚିତ୍ର ନିର୍ମାତା ଏବଂ ଶିଳ୍ପ ବୃତ୍ତିଧାରୀମାନଙ୍କୁ କ୍ରେତା, ବିକ୍ରେତା ଏବଂ ବିଭିନ୍ନ ପ୍ରକାରର ପ୍ରକଳ୍ପ ଏବଂ ପ୍ରୋଫାଇଲ୍ ସହିତ ଜଡିତ ହେବାର ସୁଯୋଗ ପ୍ରଦାନ କରିଥାଏ। ଭିଉଇଂ ରୁମ୍ ହେଉଛି ୱେଭ୍ସ ବଜାରରେ ସ୍ଥାପିତ ଏକ ଉତ୍ସର୍ଗୀକୃତ ଭୌତିକ ପ୍ଲାଟଫର୍ମ, ଯାହା ୨୦୨୫ ମଇ୧ ରୁ ୪ ତାରିଖ  ପର୍ଯ୍ୟନ୍ତ ଖୋଲା ରହିବ ପ୍ରଥମ ଥର ପାଇଁ ୱେଭ୍ସ ବଜାର ଭିଉଇଂ ରୁମ୍ ଲାଇବ୍ରେରୀରେ ଭାରତ, ଶ୍ରୀଲଙ୍କା, ଆମେରିକା, ସ୍ୱିଜରଲ୍ୟାଣ୍ଡ, ବୁଲଗେରିଆ, ଜର୍ମାନୀ, ମରିସସ୍ ଏବଂ ୟୁ.ଏ.ଇ. ଭଳି ୮ଟି ଦେଶର ମୋଟ ୧୦୦ଟି ଚଳଚ୍ଚିତ୍ର ଦେଖିବାକୁ ମିଳିବ।

ଭାରତ ପାଭିଲିଅନ୍ : "କଲା ଟୁ କୋଡ୍" ବିଷୟବସ୍ତୁ ଦ୍ୱାରା ପରିଚାଳିତ ଭାରତ ପାଭିଲିଅନ, ଏହା ଭାରତର 'ବସୁଧୈବ କୁଟୁମ୍ବକମ୍ -ବିଶ୍ୱ ହେଉଛି ଏକ ପରିବାର’-ଭାବନାକୁ ପାଳନ କରିବ ଏବଂ ଦେଶର କଳାତ୍ମକ ପରମ୍ପରା କିପରି ଦୀର୍ଘ ଦିନ ଧରି ସୃଜନଶୀଳତା, ସୌହାର୍ଦ୍ଦ୍ୟ ଏବଂ ସାଂସ୍କୃତିକ କୂଟନୀତିର ଆଲୋକବର୍ତ୍ତିକା ହୋଇ ରହିଛି, ତାହା ପ୍ରଦର୍ଶିତ କରିବ। ଭାରତ ପାଭିଲିଅନର ମୂଳରେ ଚାରୋଟି ଜୋନ୍ ଅଛି ଯାହା ପରିଦର୍ଶକମାନଙ୍କୁ ଭାରତର କାହାଣୀ ପରମ୍ପରାର ଧାରାବାହିକତା ମାଧ୍ୟମରେ ନେଇଯିବ, ଯାହାର ନାମ ଶ୍ରୁତି, କ୍ରିତି, ଦୃଷ୍ଟି ଏବଂ କ୍ରିଏଟର୍ସ ଲିପ୍‍ ।

ପ୍ରଦର୍ଶନୀ ମଣ୍ଡପ : ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି ଭବିଷ୍ୟତ-ଅଗ୍ରଗାମୀ ଧାରା ପର୍ଯ୍ୟନ୍ତ କଳ୍ପନା ଏବଂ ନବସୃଜନର ଏକ ଗତିଶୀଳ ପ୍ରଦର୍ଶନ, ପ୍ୟାଭିଲିୟନ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତୀୟ ଏବଂ ବିଶ୍ୱସ୍ତରୀୟ ସଫଳତାକୁ ପ୍ରଦର୍ଶିତ କରେ

କମ୍ୟୁନିଟି ରେଡିଓ ଉପରେ ଜାତୀୟ ସମ୍ମିଳନୀ : ୱେଭ୍ସ ଅଂଶବିଶେଷ ଭାବେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ କମ୍ୟୁନିଟି ରେଡିଓର ଶକ୍ତିଶାଳୀ ମଞ୍ଚ ଜରିଆରେ ସ୍ଥାନୀୟ ସମୁଦାୟଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସାମର୍ଥ୍ୟକୁ ସଶକ୍ତ କରିବା ଲାଗି ସଦ୍ୟତମ ଧାରା, ନୀତି ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗ ଉପରେ ବିଚାର-ବିମର୍ଶ ଏବଂ ଧ୍ୟାନ ଦିଆଯିବ।

ୱେଭସ୍‍ ସାଂସ୍କୃତିକ ଭାରତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଭାର ସମ୍ମିଶ୍ରଣ ସହିତ ବିବିଧ ପ୍ରଦର୍ଶନ ଏବଂ ଉପସ୍ଥାପନା ପ୍ରଦର୍ଶିତ ହେବ। ସାଂସ୍କୃତିକ ବିନିମୟ ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମ ଏବଂ ମନୋରଞ୍ଜନର ପରିବର୍ତ୍ତନକାରୀ ଶକ୍ତିକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ତେଣୁ, ଆପଣ ଜଣେ ଶିଳ୍ପ ପେସାଦାର, ନିବେଶକ, ନିର୍ମାତା କିମ୍ବା ଉଦ୍ଭାବକ ହୁଅନ୍ତୁ, ସମ୍ମିଳନୀର ପ୍ରଥମ ସଂସ୍କରଣ ଏମ ଆଣ୍ଡ ଇ ପରିଦୃଶ୍ୟରେ ସଂଯୋଗ, ସହଯୋଗ, ନବସୃଜନ ଏବଂ ଯୋଗଦାନ ପାଇଁ ଚୂଡ଼ାନ୍ତ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିଥାଏ।

ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ନବସୃଜନ ପାଇଁ ଏକ ହବ୍ ଭାବରେ ଏହାର ସ୍ଥିତିକୁ ବୃଦ୍ଧି କରି ୱେଭ୍ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ପ୍ରସାରଣ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଚଳଚ୍ଚିତ୍ର, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ସାଉଣ୍ଡ ଏବଂ ମ୍ୟୁଜିକ୍, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଅଲିଟି (ଏଆର୍), ଭର୍ଚୁଆଲ୍ ରିଅଲିଟି (ଭିଆର୍) ଏବଂ ଏକ୍ସଟେଣ୍ଡେଡ ରିଅଲିଟି (ଏକ୍ସଆର୍) ଆଦି ଶିଳ୍ପ ଏବଂ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି।

ବିସ୍ତୃତ ସୂଚନା ପାଇବାପାଇଁ : https://wavesindia.org/  ରେ କ୍ଲିକ କରନ୍ତୁ

*****


Release ID: (Release ID: 2125636)   |   Visitor Counter: 3