ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ କଠୋର ଶବ୍ଦରେ ନିନ୍ଦା

Posted On: 22 APR 2025 6:51PM by PIB Bhubaneshwar

ଜମ୍ମୁ-କାଶ୍ମୀରର ପହଲଗାଓଁରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, “ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଆଇନ ପରିସରକୁ ଅଣାଯିବ । ସେମାନଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କ ମନ୍ଦ ଉଦେ୍ଦଶ୍ୟ କଦାଚିତ ସଫଳ ହେବନାହିଁ । ଆତଙ୍କବାଦୀଙ୍କ ସହ ଲଢ଼ିବା ପାଇଁ ଆମର ସଂକଳ୍ପ ଆହୁରି ଦୃଢ଼ ହେବ ।”

ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି,

“ଜମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରୁଛି । ନିଜ ପ୍ରିୟଜନଙ୍କୁ ଯେଉଁମାନେ ହରାଇଛନ୍ତି ସେମାନଙ୍କ ପ୍ରତି ଗଭୀର ସମ୍ବେଦନା । ଆହତ ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହେହାଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି । ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି ।

ଏହି ଜଘନ୍ୟ କାଣ୍ଡ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆଇନର କାଠଗଡ଼ା ଭିତରକୁ ଅଣାଯିବ..ସେମାନଙ୍କୁ କ୍ଷମା ଦିଆଯିବ ନାହିଁ । ସେମାନଙ୍କ ମନ୍ଦ ଉଦେ୍ଦଶ୍ୟ କଦାଚିତ ସଫଳ ହେବନାହିଁ । ଆତଙ୍କବାଦୀଙ୍କ ସହ ଆମର ଲଢ଼େଇ ଅଦମ୍ୟ ଏବଂ ଏହା ଆହୁରି ମଜବୁତ ହେବ ।”

SR


(Release ID: 2123737) Visitor Counter : 5