ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2025 9:03AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ପିଢ଼ି ସର୍ବଦା ସେମାନଙ୍କର ଅଦମ୍ୟ ସାହସକୁ ସ୍ମରଣ ରଖିବ।

ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି:

“ଆମେ ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ । ଆଗାମୀ ପିଢ଼ି ସେମାନଙ୍କର ଅଦମ୍ୟ ସାହସକୁ ସର୍ବଦା ମନେ ରଖିବ । ଏହା ପ୍ରକୃତରେ ଆମ ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଥିଲା । ସେମାନଙ୍କ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ମୋଡ ନେଇଥିଲା ।”

 

SR


(ରିଲିଜ ଆଡି: 2121509) ପରିଦର୍ଶକ କାଉଣ୍ଟର : 64