ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ


-ପ୍ରଧାନମନ୍ତ୍ରୀ ବାରାଣସୀରେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

-ସଡ଼କ, ବିଦୁ୍ୟତ, ଶିକ୍ଷା,ପର୍ଯ୍ୟଟନକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ

-ନୂତନ ଭାବେ ପଂଜିକୃତ ହୋଇଥିବା ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ପ୍ରଧାନମନ୍ତ୍ରୀ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ପ୍ରମାଣପତ୍ର ପ୍ରଦାନ କରିବେ

-ମଧ୍ୟପ୍ରଦେଶର ଇସାଗଡ଼ସ୍ଥିତ ଗୁରୁ ଜୀ ମହରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିବେ

Posted On: 09 APR 2025 9:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ ତାରିଖରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ କରିବେ । ସେ ବାରାଣସୀ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଏହାପରେ ସେ ମଧ୍ୟ ପ୍ରଦେଶ ଯିବେ ଏବଂ ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟରେ ଇସାଗଡ଼ସ୍ଥିତ ଗୁରୁ ଜୀ ମହରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିବେ । ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ଆନନ୍ଦପୁର ଧାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାରାଣସୀରେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ବାରାଣସୀର ଆନୁଷଙ୍ଗିକ ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ବିଶେଷ କରି ସଡ଼କ ଯୋଗାଯୋଗ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଅଞ୍ଚଳରେ ବିଭିନ୍ନ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥିସହ ସେ ୯୮୦ କୋଟି ଟଙ୍କାରେ ହେବାକୁ ଥିବା ବାରାଣସୀ ରିଙ୍ଗ ରୋଡ ଏବଂ ସାରନାଥ ମଧ୍ୟରେ ଏକ ରୋଡ ବ୍ରିଜ, ସହରର ଭିକାରୀପୁର ଏବଂ ମଣ୍ଡୁଆଡିହ କ୍ରସିଂରେ ଫ୍ଲାଇଓଭର, ଏନଏଚ-୩୧ରେ ଏକ ହାଇୱେ ଅଣ୍ଡରପାସ୍ ରୋଡ ଟନେଲ ଏବଂ ବାରାଣସୀ ଆନ୍ତର୍ଜାତିକ ବିମାନବନ୍ଦରର ଶିଳାନ୍ୟାସ କରିବେ ।

ବିଦୁ୍ୟତ ଯୋଗାଯୋଗର ବୁନିଆଦି ଢାଞ୍ଚା ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ୧୦୪୦ କୋଟି ଟଙ୍କାର ନିର୍ମିତ ବାରାଣସୀ ଡିଭିଜନର ଜଉନପୁର, ଚନେ୍ଦøଲି ଏବଂ ଗାଜିପୁରରେ ଦୁଇଟି ୪୦୦ କେଭି ଏବଂ ଗୋଟିଏ ୨୨୦ କେଭି ସରବରାହ ଷ୍ଟେସନ ଓ ସହାୟକ ସରବରାହ ଲାଇନର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ୭୭୫ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବାରାଣସୀର ଚଉକାଘାଟରେ ଏକ ୨୨୦ କେଭି ଟ୍ରାନ୍ସମିସନ ସବଷ୍ଟେସନ, ଘାଜିପୁରରେ ୧୩୨ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ବାରାଣସୀ ସିଟି ଇଲେକ୍ଟ୍ରିସିଟି ଡିଷ୍ଟ୍ରିବୁ୍ୟସନ ସିଷ୍ଟମ ବୃଦ୍ଧି ବ୍ୟବସ୍ଥାର ଶିଳାନ୍ୟାସ କରିବେ ।

ସୁରକ୍ଷା ବାହିନୀକୁ ମିଳୁଥିବା ସୁବିଧାକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପିଏସି ରାମନଗର କ୍ୟାମ୍ପସ ପୁଲିସ ଲାଇନରେ ଏକ ଟ୍ରାଞ୍ଜିଟ ହଷ୍ଟେଲ ଏବଂ ପୁଲିସ ବାରାକର ଉଦଘାଟନ କରିବେ । ସେ ମଧ୍ୟ ବିଭିନ୍ନ ପୁଲିସ ଥାନାର ପ୍ରଶାସନିକ ଭବନ ଏବଂ ପୁଲିସ ଲାଇନରେ ଏକ ଆବାସିକ ହଷ୍ଟେଲର ଶିଳାନ୍ୟାସ କରିବେ ।

‘ସମସ୍ତଙ୍କୁ ଶିକ୍ଷା’ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପିନ୍ଦରାରେ ଏକ ସରକାରୀ ପଲିଟେକନିକ୍ କଲେଜ, ବାରକି ଗ୍ରାମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ କଲେଜ, ୩୫୬ ଗ୍ରାମାଞ୍ଚଳ ଫାଠାଗର ଏବଂ ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ରର ଲୋକାର୍ପଣ କରିବେ । ସେ ମଧ୍ୟ ସ୍ମାର୍ଟ ସିଟି ମିଶନ ଅଧୀନରେ ୭୭ଟି ପ୍ରାଥମିକ ବିଦ୍ୟାଳୟ କୋଠାର ନବୀକରଣ, ବାରାଣସୀର ଚୋଳପୁରଠାରେ କସ୍ତୁରବା ଗାନ୍ଧୀ ସ୍କୁଲ କୋଠା ନିର୍ମାଣର ଶିଳାନ୍ୟାସ କରିବେ । କ୍ରୀଡ଼ା କ୍ଷେତ୍ରରେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଉଦୟ ପ୍ରତାପ କଲେଜରେ  ଫ୍ଲଡଲାଇଟ ସୁବିଧା ଥାଇ ଏକ ସିନ୍ଥେଟିକ୍ ହକି ଟର୍ଫ ଓ ଆକର୍ଷଣୀୟ ଗ୍ୟାଲେରୀ ଏବଂ ଶିବପୁରଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ନଦୀର ସାମନେ ଘାଟ ଓ ଶାସ୍ତ୍ରୀ ଘାଟର ନବୀକରଣ କାର୍ଯ୍ୟକୁ ଉଦଘାଟନ କରିବେ । ୩୪୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଜଳ ଜୀବନ ମିଶନ ଅଧୀନରେ ୧୩୦ ଗ୍ରାମ୍ୟ ପାନୀୟ ଜଳ ଯୋଜନାର ଲୋକାର୍ପଣ କରିବେ । ବାରାଣସୀର ୬ଟି ମୁ୍ୟନିସିପାଲ ୱାର୍ଡର ବିକାଶ ଏବଂ ବାରାଣସୀର ବିଭିନ୍ନ ସ୍ଥାନରେ ଭୂନିର୍ମାଣ ଏବଂ ମୂର୍ତ୍ତି ସ୍ଥାପନ ବ୍ୟବସ୍ଥାର ଲୋକାର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କଳାକାରମାନଙ୍କ ପାଇଁ ଏମଏସଏମଇ ୟୁନିଟି ମଲ୍ ର ଶିଳାନ୍ୟାସ କରିବେ । ଏଥିସହ ସେ ମୋହନସରାଇଠାରେ ଟ୍ରାନ୍ସପୋର୍ଟ ନଗର ଯୋଜନାରେ ଆନୁଷଙ୍ଗିକ ବିକାଶ କାମ, ଭେଲୁପୁର ଡବ୍ଲୁଟିପିଠାରେ ୧ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ, ୪୦ ପଞ୍ଚାୟତରେ କମୁ୍ୟନିଟି ହଲ ଏବଂ ବାରାଣସୀର ବିଭିନ୍ନ ପାର୍କର ସୌନ୍ଦର୍ଯ୍ୟକରଣ କାମର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୭୦ ବର୍ଷରୁ ଅଧିକ ବୟସର ପ୍ରଥମ ଥର ହିତାଧିକାରୀ ହୋଇଥିବା ବ୍ୟକ୍ତିଙ୍କୁ ଆୟୁଷ୍ମାନ ବାୟ ବନ୍ଦନା କାର୍ଡ ହସ୍ତାନ୍ତର କରିବେ । ସେ ମଧ୍ୟ ନୂତନ ଭାବେ ପଂଜିକୃତ ହୋଇଥିବା ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ପ୍ରଧାନମନ୍ତ୍ରୀ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ପ୍ରମାଣପତ୍ର ପ୍ରଦାନ କରିବେ । ଏହା ମଧ୍ୟରେ ତବଲା, ପେଣ୍ଟିଂ, ଥଣ୍ଡାଇ, ତିରଙ୍ଗା ବରଫି ଇତ୍ୟାଦି ସାମିଲ ଅଛି । ପ୍ରଧାନମନ୍ତ୍ରୀ ବନସ ଡାଏରୀ ସହ ସଂପୃକ୍ତ ଥିବା ଉତ୍ତର ପ୍ରଦେଶର ଦୁଗ୍ଧ ଯୋଗାଣକାରୀଙ୍କ ଆକାଉଣ୍ଟକୁ ୧୦୫ କୋଟି ଟଙ୍କାର ବୋନସ୍ ଟ୍ରାନ୍ସଫର କରିବେ । 

ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ

ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦେଶର ଅଶୋକ ନଗର ଜିଲ୍ଲା ଇସାଗଡ ତହସିଲର ଆନନ୍ଦପୁର ଧାମ ପରିଦର୍ଶନ କରିବେ । ସେ ଗୁରୁ ଜୀ ମହାରାଜ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ସେ ମଧ୍ୟ ଆନନ୍ଦପୁର ଧାମ ମନ୍ଦିର କଂପ୍ଲେକ୍ସ ପରିଦର୍ଶନ କରିବେ ।

ଆଧ୍ୟାତ୍ମିକତା ଓ ପରୋପକାରୀ କାର୍ଯ୍ୟ ପାଇଁ ଆନନ୍ଦପୁର ଧାମ ପ୍ରତିଷ୍ଠା ହୋଇଥିଲା । ୩୧୫ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଶ୍ରୀ ଆନନ୍ଦପୁର ଟ୍ରଷ୍ଟ କ୍ୟାମ୍ପସରେ ଥିବା ଆଧୁନିକ ଗୋଶାଳାରେ ୫୦୦ ଗାଈ ଅଛନ୍ତି ଏବଂ କୃଷି କାର୍ଯ୍ୟକଳାପ ଜାରି ରହିଛି । ଏହି ଟ୍ରଷ୍ଟ ସୁଖପୁର ଗ୍ରାମରେ ଏକ ଚାରିଟେବଲ ହସପିଟାଲ, ସୁଖପୁର ଗ୍ରାମରେ ଏକ ସ୍କୁଲ ଏବଂ ଦେଶବ୍ୟାପୀ ଆନନ୍ଦପୁର ଓ ଅନ୍ୟାନ୍ୟ କେତେକ ଅଞ୍ଚଳରେ ସତସଙ୍ଗ ପରିଚାଳନା କରୁଛି । 

SR

 


(Release ID: 2120637) Visitor Counter : 25