ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥାଇଲାଣ୍ଡର ରାଜା ଓ ରାଣୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 APR 2025 6:45PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକର ଦୁସିତ ପ୍ୟାଲେସରେ ଥାଇଲାଣ୍ଡର ରାଜା ମହା ୱଜିରାଲଙ୍ଗକର୍ଣ୍ଣ ଫ୍ରା ୱାଜିରାକଲାଓଚାଓୟୁହୁଆ ଏବଂ ରାଣୀ ସୁଥିଦା ବଜ୍ରସୁଧାବିମଲାଲକ୍ଷଣାଙ୍କ ସହିତ ଏକ ରାଜକୀୟ ସାକ୍ଷାତ କରିଥିଲେ ।

ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଭାଗିଦାରୀ ସାଂସ୍କୃତିକ ଐତିହ୍ୟ ଉପରେ ସେମାନେ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଗତ ବର୍ଷ ଭାରତରୁ ଥାଇଲାଣ୍ଡକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ଅବଶେଷ ଏବଂ ଦୁଇ ଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପର ସକରାତ୍ମକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହାଛଡା ସେମାନେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉପାୟଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ ।

 

SR


(ରିଲିଜ ଆଡି: 2119275) ପରିଦର୍ଶକ କାଉଣ୍ଟର : 45