ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିମ୍‌ଷ୍ଟେକ୍ ସମ୍ମିଳନୀ ଅବସରରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ

ପୋଷ୍ଟ କରାଯିବା ଦିନାଙ୍କ: 04 APR 2025 4:17PM by PIB Bhubaneswar

 

ବ୍ୟାଙ୍କକ୍‌ରେ ଷଷ୍ଠ ବିମ୍‌ଷ୍ଟେକ୍ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି. ଶର୍ମା ଓଲିଙ୍କୁ ଭେଟିଛନ୍ତି ।

ଦୁଇ ନେତା ଭାରତ ଏବଂ ନେପାଳ ମଧ୍ୟରେ ଅନନ୍ୟ ଏବଂ ଘନିଷ୍ଠ ସମ୍ପର୍କର ସମୀକ୍ଷା କରିଛନ୍ତି । ସେମାନେ ଭୌତିକ ଏବଂ ଡିଜିଟାଲ ସମ୍ପର୍କ, ଲୋକମାନଙ୍କ ମଧ୍ୟରେ ସଂଯୋଗ ଏବଂ ଶକ୍ତି କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦେଶ ଏବଂ ଲୋକଙ୍କ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ସେମାନେ ସହମତ ହୋଇଛନ୍ତି ।

ପଡୋଶୀ ପ୍ରଥମ ନୀତି ଅଧୀନରେ ନେପାଳ ଭାରତର ଏକ ପ୍ରାଥମିକ ଅଂଶୀଦାର । ଏହି ବୈଠକ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରାକୁ ଜାରି ରଖିଛି ।

 

SR


(ରିଲିଜ ଆଡି: 2118988) ପରିଦର୍ଶକ କାଉଣ୍ଟର : 46