ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ବିହାରରେ ୪-ଲେନ ଗ୍ରୀନଫିଲଡ୍ ଓ ବ୍ରାଉନଫିଲଡ୍ ପାଟନା-ଆରା-ସାସାରାମ କରିଡର (ଏନଏଚ-୧୧୯ଏ)(୧୨୦.୧୦ କିମି) ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍)ରେ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ

Posted On: 28 MAR 2025 4:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବିହାରରେ ପାଟନାରୁ ଆରମ୍ଭ କରି ସାସାରାମ (୧୨୦.୧୦ କିଲୋମିଟର) ପର୍ଯ୍ୟନ୍ତ ୪ ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ପାଟନା - ଆରା - ସାସାରାମ କରିଡର ନିର୍ମାଣକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପ ମୋଟ ୩,୭୧୨.୪୦ କୋଟି ଟଙ୍କା ବ୍ୟୟରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍) ରେ ନିର୍ମାଣ କରାଯିବ।

ଏବେ ସାସାରାମ, ଆରା ଏବଂ ପାଟନା ମଧ୍ୟରେ ଯୋଗାଯୋଗ ବର୍ତ୍ତମାନର ରାଜ୍ୟ ରାଜପଥ (ଏସଏଚ -୨, ଏସଏଚ -୧୨, ଏସଏଚ -୮୧ ଏବଂ ଏସଏଚ -୧୦୨) ଉପରେ ନିର୍ଭର କରେ ଏବଂ ପ୍ରବଳ ଭିଡ଼ ହେତୁ ଆରା ଓ ଆଖପାଖ ସହରକୁ ପହଞ୍ଚିବାକୁ ୩-୪ ଘଣ୍ଟା ସମୟ ନେଇଥାଏ । ଆରା, ଗ୍ରାହିନୀ, ପିରୋ, ବିକ୍ରମଗଞ୍ଜ, ମୋକର ଏବଂ ସାସାରାମ ଭଳି ଘନ ଜନବସତି ଓ ନିର୍ମାଣ ଅଞ୍ଚଳଗୁଡିକର ଆବଶ୍ୟକତାକୁ ମେଣ୍ଟାଇବା ଓ ବଢୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ବର୍ତ୍ତମାନ  ଥିବା ରାଜପଥର ୧୦.୬ କିଲୋମିଟର ଉନ୍ନତୀକରଣ ସହିତ ଏକ ଗ୍ରୀନଫିଲ୍ଡ କରିଡର ବିକଶିତ କରାଯିବ ।

ଏହି ପ୍ରକଳ୍ପ ପରିକଳ୍ପନା ଜାତୀୟ ରାଜପଥ -୧୯, ଜାତୀୟ ରାଜପଥ -୩୧୯, ଜାତୀୟ ରାଜପଥ -୯୨୨, ଜାତୀୟ ରାଜପଥ -୧୩୧ ଜି ଏବଂ ଜାତୀୟ ରାଜପଥ -୧୨୦ ସମେତ ପ୍ରମୁଖ ପରିବହନ କରିଡର ସହିତ ସମନ୍ୱିତ ହୋଇ ଔରଙ୍ଗାବାଦ, କୈମୁର ଏବଂ ପାଟନାକୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । ଏହାବ୍ୟତୀତ ଏହି ପ୍ରକଳ୍ପ ୨ଟି ବିମାନବନ୍ଦର (ପାଟନାର ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନିର୍ମାଣ ହେବାକୁ ଥିବା ବିହିତା ବିମାନବନ୍ଦର), ୪ଟି ପ୍ରମୁଖ ରେଳ ଷ୍ଟେସନ (ସାସାରାମ, ଆରା, ଦାନାପୁର, ପାଟନା) ଏବଂ ଗୋଟିଏ ଆଭ୍ୟନ୍ତରୀଣ ଜଳ ଟର୍ମିନାଲ (ପାଟନା)କୁ ସଂଯୋଗ ପ୍ରଦାନ କରିବ ଏବଂ ପାଟନା ରିଙ୍ଗରୋଡକୁ ସିଧାସଳଖ ପ୍ରବେଶ ପ୍ରଦାନ କରିବ, ଯାହା ଯାତ୍ରୀ ଓ ମାଲର ଦ୍ରୁତ ପରିବହନକୁ ସୁଗମ କରିବ ।

ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପରେ ପାଟନା-ଆରା-ସାସାରାମ କରିଡର ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଲକ୍ଷ୍ନୌ, ପାଟନା, ରାଞ୍ଚି ଏବଂ ବାରଣାସୀ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ । ଏହି ପ୍ରକଳ୍ପ ସରକାରଙ୍କ ଆତ୍ମନିର୍ଭର ଭାରତ ସହ ଯୋଡ଼ି ହୋଇଛି ଯାହାକି ଭିତ୍ତିଭୂମି ବିକାଶ ଏବଂ ନିଯୁକ୍ତି ସୃଷ୍ଟି ଏବଂ ବିହାରରେ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ବୃହତ୍ତର ଲକ୍ଷ୍ୟ ସାଧନ କରିବ। ଏହି ପ୍ରକଳ୍ପ ୪୮ ଲକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିବ ଏବଂ ପାଟନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିର ନୂତନ ସଯୋଗ ସମ୍ଭାବନା ଖୋଲିବ ।

Project Details:

Feature

Details

Project Name

4-Lane Greenfield & Brownfield Patna-Arrah-Sasaram Corridor

Corridor

Patna-Arrah-Sasaram (NH-119A)

Length (km)

120.10

Total Civil Cost (Rs. in Cr.)

2,989.08

Land Acquisition Cost (Rs. in Cr.)

718.97

Total Capital Cost (Rs. in Cr.)

3,712.40

Mode

Hybrid Annuity Mode (HAM)

Major Roads Connected

National Highways - NH-19, NH-319, NH-922, NH-131G, NH-120

State Highways - SH-2, SH-81, SH-12, SH-102

Economic / Social / Transport Nodes Connected

Airports: Jay Prakash Narayan International Airport (Patna), Bihita Airport (upcoming)

Railway Stations: Sasaram, Arrah, Danapur, Patna

Inland Water Terminal: Patna

Major Cities / Towns Connected

Patna, Arrah, Sasaram

Employment Generation Potential

22 lakh person-days (direct) & 26 lakh person-days (indirect)

Annual Average Daily Traffic (AADT) in FY-25

Estimated at 17,000-20,000 Passenger Car Units (PCUs)

 

*****

TKM


(Release ID: 2116282) Visitor Counter : 42