ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯକ୍ଷ୍ମା ବିରୁଦ୍ଧରେ ଲଢ଼େଇରେ ଭାରତର ଉଲ୍ଲେଖନୀୟ ପ୍ରଗତି ଉପରେ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
25 MAR 2025 12:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନାଡ୍ଡାଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଯେଉଁଥିରେ ନିକଟରେ ଶେଷ ହୋଇଥିବା ୧୦୦ ଦିନିଆ ସଶକ୍ତ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି, ଯାହା ଏକ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରିଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
“ଯକ୍ଷ୍ମା ବିରୁଦ୍ଧରେ ଭାରତର ଲଢ଼େଇ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ନିକଟରେ ସମାପ୍ତ ହୋଇଥିବା ୧୦୦ ଦିନିଆ ସଶକ୍ତ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରିଛନ୍ତି, ଯାହା ଏକ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରିଛି – ଏହାକୁ ନିଶ୍ଚୟ ପଢ଼ିବା ଉଚିତ ।”
SR
(रिलीज़ आईडी: 2115132)
आगंतुक पटल : 30
इस विज्ञप्ति को इन भाषाओं में पढ़ें:
Bengali-TR
,
Telugu
,
English
,
Manipuri
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam